Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ, ଯାତାୟାତ ବାଧାପ୍ରାପ୍ତ

22/02/2023 at 7:25 AM

କୁଚିଣ୍ଡା ୨୨।୦୨: ଟ୍ରେନ ରହଣି ଦାବିରେ ରେଳ ରୋକ ସହ ବାମରା ବନ୍ଦ l ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଠାରେ ରେଳ ରୋକ କରାଯିବ ସହ ବାମରା ସମ୍ପୂର୍ଣ୍ଣ ବନ୍ଦ ରହିଛି l ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି ।

ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣି ଥିଲା l ମାତ୍ର କରୋନା ପରେ ସେହିସବୁ ଟ୍ରେନ ରହଣି ଉଛେଦ କରାଯାଇଛି l ବାମରା ରେଳ ଷ୍ଟେସନ ହାୱାଡା-ମୁମ୍ବାଇ ଦକ୍ଷିଣ ପୂର୍ବ ରେଳ ପଥ ଅଧୀନରେ ଆସୁଥିବା ବେଳେ ଏହାର ଡିଭିଜନ ଅଫିସ ଚକ୍ରଧରପୁର ଓ ମୁଖ୍ୟଳୟ କଲିକତାରେ ରହିଛି l

ଏହା ପୂର୍ବରୁ ରେଳ କ୍ରିୟାନୁଷ୍ଠାନ କମିଟି ୨୦୨୦ ଏବଂ ୨୦୨୨ରେ ରେଳରୋକ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଧାରଣା ସ୍ଥଳକୁ ଆସି ଟ୍ରେନ ରହଣିର ପ୍ରତିଶୃତି ଦେଇଥିଲେ l କିଛି ଦିନ ଟ୍ରେନ ରହଣି ହୋଇଥିବା ବେଳେ ପରେ ସେଗୁଡିକୁ ବାତିଲ କରିଦିଆଗଲା l ଏହାରି ଦାବିରେ ଆଜି ପୁଣିଥରେ ରେଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରେଳ ରୋକ କରିଛି l ବହୁ ମହିଳା ପୁରୁଷ ରେଳ ଧାରଣ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l ଦାବି ପୂରଣ ହେବ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

   Related Posts