ଏବେ ହ୍ବାଟସଆପ୍‌ରେ ମିଳିବ PNR ଷ୍ଟାଟସ୍, ଟ୍ରେନ୍‌ର ଲାଇଭ୍ ଲୋକେସନ ସହ ଅନ୍ୟ ଜରୁରୀ ସୂଚନା

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୪।୧୨: ଟ୍ରେନ୍ ସହ ଜଡିତ ସୂଚନା ପାଇଁ ଭିନ୍ନ-ଭିନ୍ନ ଓ୍ବେବସାଇଟ୍ ର ବ୍ୟବହାର କରିବାକୁ ପଡୁଥିଲା । ମାତ୍ର ମୁମ୍ବାଇର ଏକ ଷ୍ଟାଟଅପ୍ Railofy ନିଜ ଆପ୍ ରେ ଏମିତି ଏକ ଫିଚର ଆଣିଛି ଯାହାକୁ ବ୍ୟବହାର କରି ଲୋମାନେ ପିଏନଆର ଷ୍ଟାଟସ, ଟ୍ରେନ୍ ଯାତ୍ରା ସୂଚନା, ଟ୍ରେନ୍ ଲାଇଭ୍ ଷ୍ଟେସନ ସମେତ ଅନେକ ସୂଚନା ଗୋଟିଏ ସ୍ଥାନରେ ପାଇପାରିବେ । Railofyର ଏହି ଫିଚରର ଲାଭ ଉଠାଇବା ପାଇଁ ୟୁଜର୍ସ ଓ୍ବାଟସଆପ୍ ନମ୍ବରରେ ନିଜ ୧୦ ନମ୍ବର ବିଶିଷ୍ଟ ପିଏନଆର ନମ୍ବର ରେଜିଷ୍ଟ୍ରି କରିବାକୁ ପଡିବ । ଏହାପରେ ଳାଇଭ୍ ଷ୍ଟେସନ ଅଲର୍ଟ ସମେତ ଅନେକ ପ୍ରକାରର ସୂଚନା ଯାତ୍ରୀମାନଙ୍କୁ ଓ୍ବାଟସଆପ୍ ରେ ମିଳିପାରିବ ।

ଏହି ଫିଚରର ଲାଭ ଉଠାଇବା ପାଇଁ ଯାତ୍ରୀମାନଙ୍କୁ ଏହି ହ୍ବାଟସଆପ୍ ନମ୍ବର +୯୧୯୮୮୧୧୯୩୩୨୨ରେ ନିଜ ପିଏନଆର ନମ୍ବର ରେଜିଷ୍ଟ୍ରି କରିବାକୁ ପଡିବ । ଏହାପରେ ପିଏନଆର ଷ୍ଟାଟସ ସମ୍ବନ୍ଧରେ ଜଣାପଡିବ ଯେ, ତାଙ୍କ ଟିକେଟ୍ କନଫର୍ମ ହୋଇଛି ନା ଓ୍ବେଟିଙ୍ଗ ଲିଷ୍ଟରେ ଅଛି । ଏହାସହ ଯଦି ଆରଏସି ଅଛି ତେବେ ତାହା ମଧ୍ୟ ଏହି ଆପ୍ ଜରିଆରେ ମିଳିଯିବ । ଟ୍ରେନ୍ ର ଲାଇଭ୍ ଲୋକେସନ ସହ ଯଦି ଟ୍ରେନ୍ ବିଳମ୍ବରେ ଅଛି ତେବେ ତାହାର ସୂଚନା ମଧ୍ୟ ହ୍ବାଟସଆପ୍ ମାଧ୍ୟମରେ ମିଳିଯିବ ।

Railofy ଅନୁଯାୟୀ ପ୍ରାୟ ୬୦ ଲକ୍ଷ ଯାତ୍ରୀ ଗୁଗୁଲରେ ଆଇଆରସିଟିସି ରେଳ ଷ୍ଟେସନର ସୂଚନା ଖୋଜନ୍ତି। କିନ୍ତୁ ସେଠାରେ କୌଣସି ଉତ୍ତର ମିଳେନାହିଁ । ଏପରି ପରିସ୍ଥିତିରେ Railofy ନୂଆ ଫିଚର ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏହା ଲଞ୍ଚ କରାଯାଇଥିଲା । ଷ୍ଟାର୍ଟଅପ୍ ପକ୍ଷରୁ ଟ୍ରେନ୍ ଟିକେଟ୍ ମୂଲ୍ୟରେ ସେହି ରୁଟ୍ ରେ ଅନ୍ୟ ଟ୍ରାଭେଲିଂ ବିକଳ୍ପଗୁଡିକୁ ମଧ୍ୟ ଉପଲବ୍ଧ ହୋଇଥାଏ । ଏହାଦ୍ବାରା ୟୁଜର୍ସଙ୍କର ନା କେବଳ ସମୟ ସଞ୍ଚୟ କରେ ନାହିଁ ବରଂ ଯାତ୍ରାକୁ ମଧ୍ୟ ସହଜ କରିଥାଏ ।

Railofy କହିଛି ଯେ, ଆପ୍ ସାହାଯ୍ୟରେ ଯାତ୍ରୀମାନେ ଟିକେଟ୍ କାଟିବାବେଳେ ମୂଲ୍ୟ ତୁଳନା କରି ଯାତ୍ରା ପାଇଁ ଅନ୍ୟ ବିକଳ୍ପ ବିଷୟରେ ମଧ୍ୟ ଜାଣିପାରିବେ । ଏହା ସହିତ ଯାତ୍ରାର ସମୟ ବିଷୟରେ ମଧ୍ୟ ସୂଚନା ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.