୨୦୨୧ କୃଷିବୀମା ଦାବିରେ ରେଳ ରୋକ, ବଲାଙ୍ଗୀର କୃଷକ ମହାସଂଘ ତରଫରୁ ଆନ୍ଦୋଳନ

Published By : Prameya-News7 Bureau | September 26, 2022 IST

ଖପ୍ରାଖୋଲ ୨୬/୦୯: ୨୦୨୧ କୃଷିବୀମା ପାଇବା ଦାବିରେ ଜିଲ୍ଲା କୃଷକ ମହାସଂଘର ରେଳରୋକ ଆନ୍ଦୋଳନ । ହରିଶଙ୍କର ରେଲୱେ ଷ୍ଟେସନରେ ଏହି ରେଳରୋକ କରାଯାଇଛି । ବାଲାଙ୍ଗୀର ଜିଲ୍ଲା କୃଷକ ସଂଘ ସଭାପତି ଜତି ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ଼ ରେଳ ଷ୍ଟେସନ ଠାରେ ବିଶାଖାପାଟଣା ରାଇପୁର ରେଳ ରାସ୍ତାକୁ ହଜାର ହଜାର ଚାଷୀମାେନ ଯୋଗଦେଇ ବନ୍ଦ କରିଛନ୍ତି ।

ସୂଚନା ଅନୁସାରେ ଗତ ୨୦୨୧ ବର୍ଷର ଭୟାବହ ମରୁଡିରେ ଚାଷୀମାନେ କରି ଥିବା କୃଷିବୀମା ଆଜିପର୍ଯ୍ୟନ୍ତ ପାଇନାହାନ୍ତି l ଏ ନେଇ ବାରମ୍ବାର ସରକାର ଙ୍କୁ ଜଣାଇଥିଲେ ମଧ୍ୟ ସରକାର ଓ ବିମା କମ୍ପାନୀ କର୍ଣ୍ଣ ପାତ କରୁନାହିଁ । ଖରା ,ବର୍ଷା ଶୀତରେ ହାଡ ଭଙ୍ଗା ପରିଶ୍ରମ କରି ଚାଷ କରି ସାରା ଦୁନିଆକୁ ଅନ୍ନ ଯୋଗାଉ ଥିବାବେଳେ ଚାଷୀଙ୍କ ବିମା ଟଙ୍କା ପାଇବାରେ ସରକାର ଟାଳଟୁଳ ନୀତି କରୁଥିବାର ଚାଷୀମାନେ ଅଭିଯୋଗ କରିଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ।

ପ୍ରଶାସନ ପକ୍ଷରୁ ତିନି ପ୍ଲାଟୁନ ଫୋର୍ସ ମୁତୟନ ଥିବାବେଳେ ରେଳ ସୁରକ୍ଷା ବଳ ତରଫରୁ ଗୋଟିଏ ପ୍ଲାଟୁନ ଫୋର୍ସ ନିୟୋଜିତ ଅଛନ୍ତି । ରେଳରୋକ ହୋଇଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିବା ଦେଖାଯାଇଛି । ଓଡିଶା ସରକାରଙ୍କ ତରଫରୁ ବାଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ବରିହା ଆନ୍ଦୋଳନ ସ୍ଥଳକୁ ପହଞ୍ଚି କୃଷକମାନଙ୍କ ସହିତ ଆଲୋଚନା କରି ତାଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.