ନୂତନ ଟ୍ରେନ ଦାବିରେ ରେଳ ରୋକ, ଧାରଣାରେ ବସିଲେ ବିକ୍ଷୋଭକାରୀ

Published By : Prameya-News7 Bureau | January 07, 2023 IST

ଭଦ୍ରକ ୦୭/୦୧: ରେଳ ଚଳାଚଳ ଦାବିରେ ରେଳ ଧାରଣା ଉପରେ ଧାରଣା । ପୁରୀ ମେମୁ ଟ୍ରେନ ଚଳାଚଳ ଦାବିରେ ଭଦ୍ରକ ଡଗରାସାହି ନିକଟରେ ରେଳ ଧାରଣା ଉପରେ ବସିଲେ ଧାରଣାକାରୀ, ଟ୍ରେନ ଚଳାଚଳ ବ୍ୟାହତ । ନୂତନ ଟ୍ରେନ ଚଳାଚଳ ଦାବିରେ ରେଳ ରୋକ । ରେଳ ଧାରଣାରେ ଧାରଣକାରୀ ।

ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ଡଗରାସାହି ସ୍ଥିତ ରେଳ ଧାରଣା ଉପରେ ଶତାଧିକ ଧାରଣକାରୀ ବସିରହିଛନ୍ତି । ତେବେ ଭଦ୍ରକରୁ ଆରମ୍ଭ ହେଉଥିବା dmu ଟ୍ରେନକୁ କିଛି ଦିନ ପୂର୍ବରୁ ବାଲେଶ୍ୱକୁ ନିଆଯାଇଛି । ଭଦ୍ରକ ଜିଲ୍ଲାର ରେଳ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବତନ ବିଧାୟକ ନରେନ ପଲେଇ ଭଦ୍ରକରୁ ନୂଆ ଟ୍ରେନ ଚଳାଚଳ ପାଇଁ ବହୁଥର ଦାବି କରିବା ସହ ରେଳ ରୋକ କରିଥିଲେ ।

ପରେ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳକୁ ମଞ୍ଜୁରୀ ମିଳିଥିବା ବେଳେ ପୁଣି ଏହି ଟେନକୁ ଜଳେଶ୍ୱରରୁ ପୁରୀ ପାଇଁ ଅନୁମତି ମିଳିଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଟ୍ରେନ କୁ ଭଦ୍ରକ ରୁ ଚଳାଚଳ ଦାବିରେ ନରେନ ପଲେଇଙ୍କ ନେତୃତ୍ୱରେ ରେଳ ରୋକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.