Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାୟଗଡ଼ା ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କଲେ ରେଳମନ୍ତ୍ରୀ, ପଚାରି ବୁଝିଲେ ଯାତ୍ରୀଙ୍କ ସମସ୍ୟା, ଦେଖନ୍ତୁ ଭିଡିଓ…

19/08/2021 at 10:34 PM

ଭୁବନେଶ୍ୱର, ୧୯/୦୮: ରେଳ ମନ୍ତ୍ରୀଙ୍କ ରାୟଗଡ ଗସ୍ତ । ହୀରାଖଣ୍ଡ ଟ୍ରେନର ସେକେଣ୍ଡ ଏସିର ୨୫ ନଂ ସିଟରେ ବସି ଯାତ୍ରା କରୁଛନ୍ତି ମନ୍ତ୍ରୀ। ଭୁବନେଶ୍ବରରୁ ଟ୍ରେନ ଧରି ରାୟଗଡ ଅଭିମୁଖେ ଯାତ୍ରା କରୁଛନ୍ତି । ଲୋକଙ୍କ ସହ ଯାତ୍ରାକରି ରେଳ ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝୁଛନ୍ତି । ରେଳ ମନ୍ତ୍ରୀ ଯାତ୍ରୀଙ୍କ ସହ ଯାତ୍ରା ଓ ରେଳ ସେବାନେଇ ଯାତ୍ରୀ ମାନଙ୍କ ସହ ଆଲୋଚନା କରିବା ବହୁତ ବଡ ଉପଲବ୍ଧି ।

ମନ୍ତ୍ରୀ ସାଧାରଣ ଲୋକଙ୍କ ସହ ଯାତ୍ରା କରିବା ଓ ସାଧାରଣ ଜୀବନଶୈଳିରେ ବଂଚିବା ଅଭ୍ୟାସ ଦେଶ ପାଇଁ ଶୁଭ ସଙ୍କେତ । ଏହାକୁ କୋରାପୁଟ ଓକିଲ ସଂଘର ସଭାପତି ତଥା କୋରାପୁଟ ବିକାଶ ପରିଷଦର କର୍ମକର୍ତା ଅଜିତ ପାତ୍ର ସ୍ବାଗତ କରିବାସହ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ପରେ କୋରାପୁଟ ଜିଲ୍ଲାର ରେଳ ପଥ ଓ ରେଳ ଭିତ୍ତିଭୂମିର ବିକାଶ ହେବା ସହ ପ୍ରକୃତି ପର୍ଯ୍ୟଟନରେ ଭରପୁର କୋରାପୁଟକୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ପାଇଁ ରେଳ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

   Related Posts