scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଳ ଲାଇନ୍‌ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ

26/09/2023 at 4:24 PM

ଜୟପୁର ୨୬।୯: ମାଟି ଅତଡା ଖସିବାରୁ ୩ ଦିନ ହେଲା କୋରାପୁଟ ଦେଇ ଯାଇଥିବା କେକେ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ । କୋତାବାଲସା ଠାରୁ କିରଣ୍ଡୁଲ ମଧ୍ୟରେ ୮ଟି ଯାତ୍ରୀବାହୀ ଟ୍ରେନ୍ ସହ ଅନେକ ମାଲଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଗତ ରବିବାର ସକାଳୁ କୋରାପୁଟ ନିକଟସ୍ଥ ମାନବାର ଓ ଜରତି ଷ୍ଟେସନ ମଧ୍ୟରେ ପାହାଡ ଧସି ରେଳ ଟ୍ରାକ୍ ଉପରେ ମାଟି ଅତଡା ପଡି ରହିଛି । ତେବେ ମାଟି ଅତଡା ବିପୁଳ ପରିମାଣର ପଡିଥିବାରୁ ଏସବୁକୁ ହଟାଇବାକୁ ସମୟ ଲାଗୁଛି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି । ତଥାପି ମାଟି ଅତଡା ହଟାଇବାକୁ ଆହୁରି ୨ ଦିନ ଲାଗିପାରେ । ରେଳ ଚଳାଚଳ ବାଧାପ୍ରାପ୍ତ କାରଣରୁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମାଲଗାଡି ଚଳାଚଳ ବନ୍ଦ ଥିବାରୁ ରେଳ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ହୀରାଖଣ୍ଡ ସମେତ କିଛି ଟ୍ରେନ ଜୟପୁର ନଆସି କୋରାପୁଟରୁ ଫେରିଯାଉଛି ।

You Can Read :

   Related Posts