ଦେଶର ୧୦୦ଟି ସ୍ଥାନରେ ରାଜନୈତିକ ଦଳଗୁଡ଼ିକ ଉପରେ ଚଢ଼ାଉ କଲା ଆୟକର ବିଭାଗ
7/09/2022 at 11:06 PM

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଦେଶରେ ପଞ୍ଜିକୃତ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। କୋଟି କୋଟି ଟଙ୍କାର କର ନ ଦେଇ ଦେଶର ସମ୍ପତ୍ତି ଲୁଟିଥିବା ଅଭିଯୋଗରେ ଦେଶରେ କେତେକ ଅଣମାନ୍ୟତା ଦଳ ଉପରେ ଚଢ଼ାଉ କରୁଛି ଆୟକର ବିଭାଗ। ଆୟର ଉତ୍ସ ଓ ଖର୍ଚ୍ଚ ବିଷୟରେ ସୂଚନା ଦେବାକୁ ଦଳଗୁଡ଼ୁକୁ କୁହାଯାଇଛି।
ଭାରତର ୧୦୦ଟି ସ୍ଥାନରେ ଏହି ଏହି ଚଢ଼ାଉ ଜାରି ରହିଛି। ଗୁଜୁରାଟ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା ଭଳି ଦେଶଗୁଡ଼ିକରେ ଚଢ଼ାଉ ଚାଲିଛି। ଛୋଟଛୋଟ ଦଳଗୁଡ଼ିକ ଡୋନେସନ୍ ନେଇ ଲୁଚାଉଛନ୍ତ ଓ ଦୁର୍ନୀତି କରୁଛନ୍ତି ବୋଲି ନିର୍ବାଚନ କମିଶନ ତଦନ୍ତ କରିବା ପରେ ଆୟକର ବିଭାଗ ଚଢ଼ାଉ ଆରମ୍ଭ କରିଥିଲା।
ରାଜନୈତିକ ଦଳଗୁଡ଼ିକ ଟଙ୍କାଦାଙ୍କ ଠାରୁ ଅପରେଟରଙ୍କ ମାଧ୍ୟମରେ ଟଙ୍କା ଗ୍ରହଣ କରୁଛନ୍ତି। ଅପରେଟରମାନେ ଅଳ୍ପ କର ଦେଇ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରୁଛନ୍ତି। ଫଳରେ ଦେଶର ରାଜକୋଷକୁ କ୍ଷତି ହେଉଛି ବୋଲି ଜଣେ ଆୟକର ଅଫିସର ସୂଚନା ଦେଇଛନ୍ତି। ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ ଏମିତି କରି ନିଜର କର ଲୁଚାଉଛନ୍ତି। ଖୁବ୍ଶୀଘ୍ର ସେମାନଙ୍କୁ ମଧ୍ୟ ନୋଟିସ୍ କରାଯିବ ବୋଲି ବିଭାଗ କହିଛି।