ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ: ନଗଦ ୬୦ ହଜାର ଟଙ୍କା ସହ ୧୯ ଗିରଫ
1/11/2020 at 7:42 PM

ଝାରସୁଗୁଡା୧/୧୧: ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ। ଝାରସୁଗୁଡା ଜିଲ୍ଲା ସୀମାନ୍ତରେ ଏହି ଜୁଆ ଆଡ୍ଡା ଚାଲିଥିଲା। ଝାରସୁଗୁଡା ପୋଲିସ୍ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରିଛି ରେଙ୍ଗାଲି ପୋଲିସ୍।
ଗତ ରାତିରେ ରେଙ୍ଗାଲୀ ଥାନା ଅନ୍ତର୍ଗତ କନକତୋରା ଗାଁରେ ଜୁଆ ଖେଳ ଚାଲିଥିବା ସୂଚନା ମିଳିଥିଲା । ଏ ନେଇ ଏସପି ରାହୁଲ ପିଆର ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ପରେ ରେଙ୍ଗାଲୀ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଛତିଶଗଡ଼ ରାଜ୍ୟର ୪ ଜୁଆଡିଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରିଛି।
ଏଥିସହ ସେମାନଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ସହ ୫ଟି ବାଇକ ଓ ୧୯ଟି ମୋବାଇଲ ଜବତ କରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।
Related Posts
ଧକ୍କା ଦେଲା ଅଜଣା ଗାଡି, ମେଡିକାଲରେ ଆଖିବୁଜିଲେ ଯୁବକ
29 May 2023