ଅବକାରୀ ବିଭାଗ ଏବଂ ଖୁଣ୍ଟୁଣି ପୋଲିସ୍‌ର ଚଢଉ, ବିପୁଳ ପରିମାଣର ଦେଶୀ ମଦ ଜବତ

Published By : Prameya-News7 Bureau | September 06, 2024 IST

ଆଠଗଡ ୦୬/୦୯: ଅବକାରୀ ବିଭାଗ ଏବଂ ଖୁଣ୍ଟୁଣି ପୋଲିସ୍ ପକ୍ଷରୁ ଚଢ଼ାଉ । ଯେତେ ଖୋଜିଲେ ସେତେ ବାହାରୁଛି ଚୋରା ଦେଶୀ ବିଦେଶୀ ମଦ ସହ ପୋଚ। ଖୁଣ୍ଟୁଣି ପୋଲିସ୍ ସହିତ କଟକ ଫ୍ଲାଇଂ ସ୍କ୍ୱାଡ ଓ ଆଠଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଆ ଓ ଖଣ୍ଡୁଆଳି ଗ୍ରାମର ଚତୁପାର୍ଶ୍ଵରେ ଚଢ଼ାଉ କରାଯାଇଥିଲା । 


ଚୋରା ଦେଶୀ ମଦ ରନ୍ଧା ପ୍ରସ୍ତୁତ ପାଇଁ ରହୁଥିବା ୯୩୧୦ ଲିଟର ପୋଚ ସହିତ ୧୧୫୫  ଲିଟର ଦେଶୀ ମଦକୁ ନଷ୍ଟ କରିଛି  ଅବକାରୀ ବିଭାଗ । ଆଠଗଡ଼ ଅଞ୍ଚଳରେ ଅନେକ ଥର ଚଢାଉ ହେଉଛି। କିନ୍ତୁ ଅବକାରୀ ବିଭାଗୀୟ ଅଧିକାରୀ ମାନେ  ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବାରମ୍ୱାର ବିଫଳ ହେଉଛନ୍ତି। ଏହି ଚଢ଼ାଉରେ ଅବକାରୀ ଏବଂ ପୋଲିସର ୬ ଉର୍ଦ୍ଧ ଅଧିକାରୀ ସାମିଲ ଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.