ଅବକାରୀ ବିଭାଗର ଚଢ଼ଉ: ୪ ହଜାର ଗଞ୍ଜେଇ ଗଛ କାଟି ସଫା କରି ଦେଲେ କର୍ମଚାରୀ
3/12/2020 at 8:28 PM

ଅନୁଗୋଳ୩/୧୨: ଅନୁଗୋଳ ଅବକାରୀ ବିଭାଗର ଅତର୍କିତ ଚଢ଼ଉ। ୪ ହଜାରରୁ ଅଧିକ ଗଞ୍ଜେଇ ଗଛ କାଟି ସଫା କରି ଦେଲେ କର୍ମଚାରୀ। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଅନୁଗୋଳ ଅବକାରୀ ବିଭାଗ ଏବଂ ଛେଣ୍ଡିପଦା ପୋଲିସ ମିଳିତ ଭାବେ ଏହି ଚଢ଼ଉ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପାଖାପାଖି ୧ ଏକର ୮୦ ଡିସିମିଲ ସରକାରୀ ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା। ଏ ସଂପର୍କରେ ଅବକାରୀ ବିଭାଗ ଜାଣିବା ପରେ ଅତର୍କିତ ଚଢ଼ଉ କରିଥିଲା। ଛେଣ୍ଡିପଦା ନୂଆଁ ଗାଁ ଭାଲିଆସର ନିକଟ ଜଙ୍ଗଲରେ ହୋଇଥିଲା ଚାଷ ହୋଇଥିଲା ଗଞ୍ଜେଇ ଗଛକୁ କାଟି ସଫା କରି ଦେଇଥିଲେ। ଏହି ଗଞ୍ଜେଇ ଚାଷ ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023