scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ବସ୍ତା ବସ୍ତା ଟଙ୍କା ଗଣି ମେସିନ ହାଲିଆ

7/12/2023 at 12:08 PM

ବଲାଙ୍ଗୀର ୦୭/୧୨: ଦ୍ୱିତୀୟ ଦିନରେ ଜାରି ରହିଛି ମଦ ବ୍ୟବସାୟୀଙ୍କ ଘରେ ରେଡ୍ । ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା । ବୁଧବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ହୋଇଥିଲା । ଖାସ୍‌ କରି ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ଚାଲିଥିଲା ରେଡ୍‌ ।

ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଥିଲା । ଆଜି ମାନେ ୨ୟ ଦିନରେ ବି ଚାଲିଛି ରେଡ୍‌ । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି । ଏପିରିକି ବୁଧବାର ରାତିରେ ଟ୍ରକରେ ଜବତ ଟଙ୍କା ନେଇ ଏସ୍‌ବିଆଇ ଶାଖାକୁ ନିଆଯାଇଥିଲା । ତେବେ ଜବତ ହୋଇଥିବା ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ।

ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ଆଲମିରା ଭର୍ତି ହୋଇଛି ବିଡା ବିଡା ଟଙ୍କା । ଯୋଉଠି ଖୋଜିବ ଖାଲି ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀଙ୍କ ଆଖି ଟେରା ହୋଇ ଗଲାଣି । ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି ।

   Related Posts