କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠ ଜବତ

Published By : Prameya-News7 Bureau | November 25, 2022 IST

ବାଲିପାଟଣା ୨୫/୧୧: ବାଲିଅନ୍ତା ଥାନା ରଣପୁର ଗ୍ରାମରେ ଥିବା ବେଆଇନ୍ କରତକଳ ଉପରେ ଚଢାଉ । ଫରେଷ୍ଟ ଭିଜିଲାନ୍ସ ଏବଂ ବାଲିପାଟଣା ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ଚଢାଉରେ ଲକ୍ଷାଧିକ ଟଙ୍କାର କରତକଳ ଯନ୍ତ୍ରାଶଂ ସହ ବହୁ ମୂଲ୍ୟବାନ୍ କାଠ ଜବତ ହୋଇଛି ।

ସୂଚନା ଥାଉକି, ଏଠାରେ ବେଆଇନ କରତକଳ ଚାଲିଥିବା ନେଇ ଅନେକ ଦିନ ହେବ ଦାବି ହୋଇଆସୁଥିଲା । ସ୍ଥାନୀୟ ଲୋକ ବାରମ୍ୱାର ଏନେଇ ବିରୋଧ କରି ଆସୁଥିଲେ । ତେବେ ଶୁକ୍ରବାର ହଠାତ୍ ବନବିଭାଗ ପକ୍ଷରୁ ଏଠାରେ ଚଢାଉ କରାଯାଇଥିଲା । ଯାହା ଫଳରେ ଅନେକ ମାତ୍ରାରେ ମୂଲ୍ୟବାନ କାଠ ଜବତ ହେବା ସହ ଯନ୍ତ୍ରାଂଶ ବି ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.