ପୋଲିସର ଅତର୍କିତ ଚଢାଉ, ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ
21/02/2023 at 2:02 PM

ଭଦ୍ରକ ୨୧।୦୨ : ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସର ଅତର୍କିତ ଚଢାଉ । ଏହି ଚଢାଉରେ ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ ସହ ଜଣେ ଗିରଫ । ପ୍ରାୟ ଏକ କ୍ୱିଣ୍ଟାରୁ ଅଧିକ ଜର୍ଦ୍ଦା ସହ ୪୮ ଡବା ଜବତ ହୋଇଛି ।

ଖବର ଅନୁଯାୟୀ, ନକଲି ଜର୍ଦ୍ଦା ତିଆରି ଓ ବିକ୍ରି ନେଇ ଖବର ମିଳିବା ପରେ ଭଦ୍ରକ ପୋଲିସ ଏକ ଟିମ ଗଠନ କରି ପୁରୁଣାବଜାର ଥାନା କାଜିମହଲାରେ ଚଢ଼ାଉ କରିଥିଲା । ଲାଲଟୁ ଓରଫ ଏସକେ ଅବଦୁଲ କମାରର ଦୋକାନ ଓ ଘରେ ରେଡ଼ କରିବା ସମୟରେ ୨୨ଟି ବ୍ୟାଗରେ ବିଭିନ୍ନ ବ୍ରାଣ୍ଡର ୪୮ ସହ ଡବା ନକଲି ଜର୍ଦ୍ଦା ଜବତ ହୋଇଥିଲା । ଏହା ସହ କନକ ଓ ବାବା ବ୍ରାଣ୍ଡର ୭୦ କିଲୋ ପ୍ୟାକେଟ ଜର୍ଦ୍ଦା ଓ ୫୦ କିଲୋ ଖୋଲା ଜର୍ଦ୍ଦା ମିଳିଛି ।

ସେହିପରି ୮ କାର୍ଟୁନ ପେପର , ରିଂ ଟିନ ପ୍ଲେଟ ଜବତ ମଧ୍ୟ ଜବତ ହୋଇଛି। ୨୦ କିଲୋ ପିପରର୍ମିଣ୍ଟ , ୪ ବ୍ୟାଗ ଜର୍ଦ୍ଦା କେମିକାଲ , ୧୧ ସହ ୮ ଲିଟର ଲିକ୍ୱିଇଡ୍ କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୮ରୁ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣା ରେ ଏସକେ ଅବଦୁଲ କମାରକୁ ପୋଲିସ ଗିରଫ କରିଛି ।
