ପୁଣି ନକଲି ଘିଅ କାରଖାନାରେ ରେଡ୍, ମାଲିକ ଫେରାର
28/11/2020 at 9:34 PM

କଟକ୨୮/୧୧: କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଅପମିଶ୍ରିତ ନକଲି ଘିଅ କାରଖାନା ଠାବ ହୋଇଛି। ପୋଲିସ ସୂଚନା ପାଇବା ପରେ ଏ ସି ପି ଜୋନ ୧ ଅଧିକାରୀ ଅମରେନ୍ଦ୍ର ପଣ୍ଡା ଓ ସି ଏ ମ ସି ହେଲଥ ଅଫିସର ସତ୍ୟବ୍ରତ ମହାପାତ୍ର ମିଳିତ ଭାବେ କାରଖାନା ଉପରେ ଚଢ଼ାଉ କରିଥିଲେ।
ଲକ୍ଷାଧିକ ଟଙ୍କାର ନକଲି ଘିଅ ସହ ଜଣକୁ ଅଟକ ରଖିଛି କମିଶନରେଟ୍ ପୋଲିସ୍। ଚଢ଼ାଉ ପରେୀ କମ୍ପାନୀ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । କମ୍ପାନୀର ବିଭିନ୍ନ ପ୍ରକାର ଘିଅ, ରାଶି ତେଲ , ଗଙ୍ଗା ଜଳ ପ୍ରସ୍ତୁତ କରି ଚୌଧିରି ବଜ଼ର ଓ ପିଠାପୁର ମାର୍କେଟକୁ ପଠାଯାଉଥିଲେ। ଅଳ୍ପ ମୂଲ୍ୟରେ ୩ଟି କମ୍ପାନୀ ନାମରେ ବିକ୍ରି କରୁଥିଲା ନକଲି ସାମାଗ୍ରୀ। ସେହିପରି ଆଜି ସକାଳୁ କଟକରେ ନକଲି ଲଙ୍କା ଗୁଣ୍ଡ ଖାରଖାନା ଠାବ ହୋଇଥିଲା।
Related Posts
ଟ୍ରାଫିକ୍ ଛକରେ ଲୁଟ୍, ଆଖି ପିଛୁଳାକେ ନେଇଗଲେ ୩ଲକ୍ଷ ଟଙ୍କା
1 February 2023
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023