ନକଲି ମଦ କାରଖାନାରେ ଚଢାଉ, ୩ ଗିରଫ
3/01/2023 at 8:54 AM

ଢେଙ୍କାନାଳ ୦୩।୦୧ : ନକଲି ମଦ କାରଖାନାରେ ଅବକାରୀ ସ୍କ୍ୱାର୍ଡର ଚଢ଼ାଉ । ଅବକାରୀ ଜାଲରେ ପଡିଲେ ନେତା ଓ ପୁଲିସ କନେଷ୍ଟବଳ। ଜବତ ହୋଇଥିବା ବେଳେ ବିପୁଳ ପରିମାଣରେ ନକଲି ବିଦେଶୀ ମଦ, ବୋତଲ, ମଦ ପ୍ରସ୍ତୁତ ସାମଗ୍ରୀ ଓ ମେସିନ୍ ଜବତ ହୋଇଛି। ୩ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନ ଜୋନ-୩ର ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମାଝୀ, ପୁଲିସ କନେଷ୍ଟବଳ ସୁଶାନ୍ତ ଦଳେଇ, ଭାଇ ଅରବିନ୍ଦ ଦାସ । ସେହିପରି ଗିରଫ ହୋଇଥିବା କନେଷ୍ଟବଳ ସୁଶାନ୍ତ ଦଳେଇଙ୍କ ପକେଟରୁ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ସୁଶାନ୍ତ ଯାଜପୁର ଜଙ୍ଖପୁରା ଥାନାରେ କାର୍ଯ୍ୟରତ ଅଛନ୍ତି। ଗିରଫମାନେ ସମ୍ପର୍କୀୟ ତିନି ଭାଇ ବୋଲି ଜଣାପଡ଼ିଛି। ଏକତାଲି ଗ୍ରାମରେ ସୁଭାଷଙ୍କ ଘର ବାଡ଼ିରେ ଏହି ନକଲି ମଦ ତିଆରି କାରବାର ଚାଲିଥିବା ସୂଚନା ମିଳିଛି।
Related Posts
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023