କଟକ ସପିଙ୍ଗ ମଲ୍ରେ ଚଢାଉ, ଏକ୍ସପାରି ଡେଟ୍ ପରେ କରୁଥିଲେ ବିକ୍ରି
31/03/2023 at 12:35 PM

କଟକ ୩୧।୦୩ : ସପିଙ୍ଗ ମଲ୍ରେ ଚଢାଉ । କଟକ ସ୍ଥିତ ଭି-ବଜାର ସପିଙ୍ଗ ମଲ୍ରେ ସିଏମ୍ସି, ଫୁଡ୍ ସେଫ୍ଟି ବିଭାଗ ଓ ମାପ ଏବଂ ଓଜନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି ।
ଖବର ଅନୁଯାୟୀ, ଭି-ବଜାର କର୍ତ୍ତୃପକ୍ଷ ଏକ୍ସପାରି ଡେଟ୍ ଚାଲିଯିବ ପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ । ଏନେଇ ସୂଚନା ପାଇବା ପରେ ଚଢାଉ କରିଥିଲା ସିଏମ୍ସି, ଫୁଡ୍ ସେଫ୍ଟି ବିଭାଗ ଓ ମାପ ଏବଂ ଓଜନ ବିଭାଗ । ମିଳିତ ଭାବେ ସମସ୍ତ ବିଭାଗ ଚଢାଉ କରିଛନ୍ତି ।