ରାଜଧାନୀର ବିଭିନ୍ନ ବାର୍‌ରେ ଚଢାଉ, ବିଳମ୍ବିତ ରାତି ଯାଏଁ ଚାଲିଥିଲା

Published By : Prameya-News7 Bureau | September 11, 2022 IST

ଭୁବନେଶ୍ୱର ୧୧।୦୯: ରାଜଧାନୀର ବିଭିନ୍ନ ବାର୍‌ କମିଶନରେଟ୍‌ ପୋଲିସର ଚଢାଉ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଲିଥିବା ନେଇ ଚଢାଉ କରିଛି କମିଶନରେଟ୍‌ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ବାର ଭିତରେ ଚାଲିଥିଲା ନାଚଗୀତର ଆସର । ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବିଭିନ୍ନ ବାରରେ ରହିଥିବା ପୋଲିସର ସୂଚନା । ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲି ଥିବା ବାର ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସର ପ୍ରସ୍ତୁତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.