ସୁରଟ ଅଘଟଣ ପରେ ପଶିଛି ଚେତା : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟର ଉପରେ ହୋଇଛି ଚଢ଼ାଉ
12/06/2019 at 6:06 PM

କଳାହାଣ୍ଡି ୧୨/୬: ସୁରଟ ଅଘଟଣ ପରେ ପଶିଛି ଚେତା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟର ଉପରେ ହୋଇଛି ଚଢ଼ାଉ ।ଅଗ୍ନିଶମ ବିଭାଗର ରେଡ୍ ବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରାଯାଇଛି । ହଠାତ୍ ନିଆଁ ଲାଗିଲେ କେମିତି ନିଜକୁ ସୁରକ୍ଷିତ ରଖିବେ ସେନେଇ କିଛି ଟିପ୍ସ ଦିଆଯାଇଛି ଛାତ୍ରଛାତ୍ରୀଙ୍କୁ ।

ଭବାନୀପାଟଣାର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଚଢ଼ାଉ । ଅଗ୍ନିଶମ ବିଭାଗର ୧୦ ଟି ଟିମ ରେଡ୍ କରିଛି । କୋଚିଙ୍ଗ ସେଣ୍ଟରଗୁଡିକରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ବେଳେ ଅନେକ ତ୍ରୁଟି ସମ୍ନାକୁ ଆସିଛି ।୧୫ ଦିନ ମଧ୍ୟରେ ଏସବୁ ତ୍ରୁଟି ସୁଧାରିବା ସହ ସବୁ କିଛି ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଙ୍ଗ ସେଣ୍ଟର ଛାତ୍ର ଛାତ୍ରୀ ଓ ପରିଚାଳକଙ୍କ ପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହି ଜୟପୁର ସହରର ୭ଟି ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରା ଯାଇଥିଲା । କୌଣସି ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଵା ଦେଖିଵାକୁ ମିଳିଥିଲା । ତେଣୁ ଅଗ୍ନିଶମ ବିଭାଗର ଗାଈଡ ଲାଈନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଆବଶ୍ୟକୀୟ ନିରାପତ୍ତା ଵ୍ୟଵସ୍ଥା ଗୋଟିଏ ମାସ ମଧ୍ୟରେ କରିଵାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବି ଅଗ୍ନିଶମ ବିଭାଗର ଚଢ଼ାଉ । ସହରର କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ଫାୟାର ପରମିଶନ ନାହିଁ । ନିଆଁ ଲାଗିଲେ କିଭଳି ଏହାକୁ ଆୟତ କରିହେବ ଆଉ ନିଜକୁ ରକ୍ଷା କରିହେବ ,ସନେଇ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ଶିକ୍ଷା ଦିଆଯାଇଥିଲା । ଫାୟର ପରମିଶନ ନଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନୋଟିସ୍ ମଧ୍ୟ ଜାରି ହେବ ।

ସୁରଟରେ ଅନେକ ମୂଲ୍ୟବାନ ଯିବା ପରେ ଏବେ ରାଜ୍ୟ ସାରା ବିଭିନ୍ନ ସହର କୋଚିଂ ସେଣ୍ଟର ଉପରେ ଚଢ଼ାଉ ଚାଲିଛି । ଅଗ୍ନିନିର୍ବ।ପକ ଯନ୍ତ୍ର ଲଗାଇବା ସହ ଫାୟାର ପରମିଶନ ପାଇଁ ଏବେ ସମସ୍ତେ ତତ୍ପର ହୋଇ ପଡିଛନ୍ତି ।
