ଚାଷୀଙ୍କ ନାଁରେ ଧାନ ବିକ୍ରି ଅଭିଯୋଗ; ଗୋଦାମରେ ଚଢ଼ଉ, ୧୦୦୩ ପ୍ୟାକେଟ୍ ଧାନ ଜବତ
31/12/2022 at 5:34 PM

ପାଟନାଗଡ଼ ୩୧/୧୨: ଚାଷୀଙ୍କ ନାଁରେ ଧାନ ବିକ୍ରି କରିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଶନିବାର ଧରପଗଡ଼ କରିବା ଆରମ୍ଭ ହୋଇଛି। ପାଟଣାଗଡ଼ ବ୍ଲକ ଖୁଟୁନାପାଣି ଗାଁର ସୁଦାମ ମେହେରଙ୍କ ଗୋଦାମରେ ୧୦୦୩ ପ୍ୟାକେଟ ଧାନ ଜବତ କରାଯାଇଛି। ବେଆଇନ ଭାବେ ଧାନ ମହଜୁଦ ରଖାହୋଇଥିବା ଖବର ପାଇଁ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସରାଫଙ୍କ ନେତୃତ୍ବରେ ଚଢଉ ହୋଇଥିଲା।
ଏଥିରେ ସହକାରି ଜିଲ୍ଲାପାଳ କ୍ଷିରୋଦ୍ର ସାହୁଙ୍କ ଉପସ୍ଥିତିରେ ଗୋଦାମରେ ଚଢ଼ଉ କରାଯାଇଥିଲା। ଚଢାଉ ବେଳେ ଗୋଦାମରୁ ୮୦୦ ପ୍ୟାକେଟ ଧାନ ଏବଂ ଗୋଦାମ ଆଗରେ ଥିବା ୨ଟି ଟ୍ରାକ୍ଟରରୁ ୨୦୩ ପ୍ୟାକେଟ୍ ଧାନ ଜବତ କରାଯାଇଛି। ସୁଦାମ ମେହେର ଆବଶ୍ଯକିୟ କାଗଜ ପତ୍ର ଦେଖାଇ ନପାରିବାରୁ ଧାନକୁ ସିଜ କରି ରାମପୁରରେ ଥିବା ବିକାଶ ରାଇଶ ମିଲରେ ଜିମା ଦିଆ ଯାଇଛି। ଏବେ ଏନେଇ ତଦନ୍ତ ଜାରି ରହିଛି ତଦନ୍ତ ପରେ ତଦ ସବୁ ଜଣାପଡିବ ବୋଲି ଯୋଗାଣ ଅଧିକାରୀ କହଛନ୍ତି