ଚଢା ଦରରେ ଆମିଷ ବିକ୍ରି ଅଭିଯୋଗ, ପ୍ରଶାସନର ଚଢଉ

Published By : Prameya-News7 Bureau | June 19, 2019 IST

ଜୟପୁର ୧୯|୬: ଜୟପୁର ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ସହରର ଦ୍ବିତୀୟ ଦୈନିକ ବଜାରରେ ଥିବା ଆମିଷ ଦୋକାନ ଉପରେ ଚଢାଉ କରାଯାଇଥିଲା । ସହରର ଆଖପାଖ ଅଂଚଳରେ ଆମିଷ ଦର କମ୍ ଥିବାବେଳେ ଜୟପୁର ସହରରେ କିନ୍ତୁ ଚଢା ଦରରେ ଆମିଷ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି। ଫଳରେ ଆମିଷ ଦର ଗତ ସପ୍ତାହରେ ପ୍ରସାଶନ ତରଫରୁ ଧାର୍ଯ୍ୟ କରାଯାଇଥିଲା । ଛେଳି ମାଂସ କିଲୋ ପିଛା ୫୦୦ ଟଂକା, ବ୍ରଏଲର କୁକୁଡା ମାଂସ କିଲୋ ପିଛା ୧୮୦ ଟଂକା ଓ ମାଛ କିଲୋ ପିଛା ୧୩୦ ଟଂକାରେ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଥିଲେ ବି ବ୍ୟବସାୟୀ ମାନେ କିନ୍ତୁ ଏହାକୁ ମାନୁ ନାହାଁନ୍ତି।

{"id":124808}

ତେଣୁ ଆଜି ଜୟପୁର ତହସିଲଦାରଙ୍କ ନେତୃତ୍ବରେ ଯୋଗାଣ ବିଭାଗ, ଭେଟେନାରୀ ବିଭାଗ ସହ ଓଜନ ଓ ମାପ ବିଭାଗର ଅଧିକାରୀ ମାନେ ମିଳିତ ଚଢାଉ କରିଥିଲେ। ଏହି ସମୟରେ ଚିକେନ ଦର ଅତ୍ୟଧିକ ଥିବା ଦେଖିବାକୁ ମିଳିଥିଲା। ସେହିପରି ୩ ଜଣ ବ୍ୟବସାୟୀ ସେମାନଙ୍କ ନିକିତି ନବୀକରଣ କରିନଥିବାରୁ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ପ୍ରଶାସନ କହିଥିବ ବେଳେ ପ୍ରଶାସନର ଦର ଧାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.