ବେଆଇନ ପଥର ଖଣିରେ ପୋଲିସର ଚଢ଼ଉ; ୫ଟି ଟ୍ରାକ୍ଟର ଜବତ ୩ ଅଟକ

Published By : Prameya-News7 Bureau | July 15, 2022 IST

ଖୋର୍ଦ୍ଦା ୧୫/୦୭: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ଖଣି ମାଫିଆ ସକ୍ରିୟ ହେଉଛନ୍ତି। ଏମାନଙ୍କୁ ଚେକ୍ ଦେବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଶୁକ୍ରବାର ଖୋର୍ଦ୍ଦା ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳରେ ଥିବା ବିଭିନ୍ନ ପଥର ଖଣିରେ ଖୋର୍ଦ୍ଦା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମର ଚଢ଼ଉ କରାଯାଇଛି।

ଏଥିରେ ୨ଟି ଜେସିବି ମେସିନ୍‌, ଗୋଟିଏ ପାୱାରଟିଲର, ଗୋଟିଏ ମିନି ଟ୍ରକ, ୫ଟି ଟ୍ରାକ୍ଟର ଜବତ କରାଯାଇଛି ଓ ୩ ଜଣଙ୍କୁ ଅଟକ ରଖାଯାଇଛି। ଚଢ଼ଉରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍‌ ସହ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ସାମିଲ ହୋଇଛନ୍ତି। ଆଗକୁ ଏଭଳି ଚଢ଼ଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.