oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କ କଡ଼ା ପ୍ରତିକ୍ରିୟା, ନାଗରିକଙ୍କ ଉଦ୍ଧାରକୁ ନେଇ ସରକାରଙ୍କ ଉପରେ ଉଠାଇଲେ ଅଙ୍ଗୁଳି

1/03/2022 at 6:14 PM

ନୂଆଦିଲ୍ଲୀ ୧।୩:  ୟୁକ୍ରେନ ଖର୍ଖୈବରେ ଋଷିଆର ଜାରି ସେନା କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର କାରଣ ହୋଇଛି। ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ମନ୍ତ୍ରାଳୟ ପୁଷ୍ଟି କରିଥିବା ବେଳେ ପୂର୍ବତନ ଏଆଇସିସି ସଭାପତି ତଥା କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାରରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ରାହୁଲ ପ୍ରଶ୍ନ ଚିହ୍ନଲଗାଇଛନ୍ତି। ଏ ନେଇ ରାହୁଲ ଏକ ଟ୍ୱିଟ୍‌ କରିଥିବା ବେଳେ ମୃତ ଛାତ୍ରଙ୍କ ପରିବାର ଲାଗି ଗଭୀର ସମବେଦନା ଜ୍ଞାପନା କରିଛନ୍ତି।

ରାହୁଲ ତାଙ୍କ ଟ୍ୱିଟରେ ଭାରତୀୟ ଛାତ୍ର ନବୀନ ୟୁକ୍ରେନରେ ପ୍ରାଣ ହରାଇଥିବାର ଖବର ଆସୁଥିବା ଉଲ୍ଲେଖ କରିଛନ୍ତି। ନବୀନଙ୍କ ପରିବାର ଓ ସାଙ୍ଗସାଥୀଙ୍କ ନିମନ୍ତେ ରାହୁଲ ଶୋକ ପ୍ରକଟ କରିଥିବା ବେଳେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ନାଗରିକଙ୍କୁ ସୁରକ୍ଷିତ ବାହାର କରିବା ଲାଗି ଭାରତ ସରକାରଙ୍କୁ ରଣନୈତିକ ଯୋଜନା ହାତକୁ ନେବାକୁ ନିବେଦନ କରିଛନ୍ତି। ଏଥିରେ ସରକାର ଆଉ ମୂହୁର୍ତ୍ତଟେ ବି ବିଳମ୍ବ ନ କରନ୍ତୁ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି। କାରଣ ଗୋଟିଏ ସେକେଣ୍ଡ ମଧ୍ୟ ଏବେ ସେଠାରେ ଭାରତୀୟଙ୍କ ଲାଗି ମୂଲ୍ୟବାନ ବୋଲି ରାହୁଲ କହିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ବାହାର କରିବା ଲାଗି ରାହୁଲ ଟ୍ୱିଟ୍‌ କରିଥିଲେ। ଏଥିରେ ରାହୁଲ ୟୁକ୍ରେନରେ ଅଟକି ରହିଥିବା ଜଣେ ଛାତ୍ରୀଙ୍କ ଭିଡିଓ ସେୟାର କରି ସେଠାରେ ରହୁଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ଲାଗି ଚିନ୍ତା ପ୍ରକଟ କରିଥିଲେ।  ଭାରତ ସରକାର ଓ ବୈଦେଶିକ ମନ୍ତ୍ରାଳୟଙ୍କ ପଦକ୍ଷେପକୁ ନେଇ ସେତେବେଳେ ମଧ୍ୟ ରାହୁଲ ସନ୍ଦେହ ପ୍ରକଟ କରିଥିଲେ ଓ ପ୍ରଧାନମନ୍ତ୍ରୀ ଅଥବା ତାଙ୍କ ମନ୍ତ୍ରାଳୟ ସକ୍ରିୟତାର ସହ କାର୍ଯ୍ୟ କରୁନଥିବା  ଉଲ୍ଲେଖ କରିଥିବା ବେଳେ ମଙ୍ଗଳବାରର ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।     

   Related Posts