scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଦ୍ଧରମୈୟାଙ୍କୁ ରାହୁଲଙ୍କ ସମର୍ଥନ, ଶିବକୁମାରଙ୍କ ପକ୍ଷରେ ସୋନିଆ…କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦ୍ଵନ୍ଦ୍ଵରେ କଂଗ୍ରେସ

16/05/2023 at 5:58 PM

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ୩ ଦିନ ବିତିଗଲାଣି। ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନୂଆଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାଙ୍କ ମେଳି ଜମିଛି। ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରବଳ ଦାବିଦାର। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପାର୍ଟି ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଜାରି ରହିଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ଦୁଇ ନେତାଙ୍କୁ ନେଇ ପାର୍ଟିର ଶୀର୍ଷ ନେତାଙ୍କ ମତ ମଧ୍ୟ ଭିନ୍ନ ଭିନ୍ନ ରହିଛି। ରାହୁଲ ଗାନ୍ଧୀ ଏବଂ କେସି ବେଣୁଗୋପାଳ ସିଦ୍ଧରମୈୟାଙ୍କ ସମର୍ଥନ କରୁଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ। ତେବେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରି ନାହାନ୍ତି। ସେ ସମସ୍ତ ନେତାଙ୍କ ସହ ଆଲୋଚନା କରି କୌଣସି ଗୋଟିଏ ନାମ ଉପରେ ମୋହର ମାରିବେ।

ଅନ୍ୟପଟେ ଡିକେ ଶିବକୁମାରଙ୍କ ସହିତ ସୋନିଆ ଗାନ୍ଧୀଙ୍କ ଭଲ ସଂପର୍କ ରହିଛି। ତେବେ ଅଧିକାଂଶ ବିଧାୟକ ସିଦ୍ଧରମୈୟାଙ୍କୁ ସମର୍ଥନ କରୁଛନ୍ତି। ରଣଦୀପ ସୁରଜେଓ୍ଵାଲା ମଧ୍ୟ ଦୁଇ ନେତାଙ୍କୁ ନେଇ ନିରପେକ୍ଷ ଅଛନ୍ତି। ପାର୍ଟି ଅଧ୍ୟକ୍ଷ ଖଡ଼ଗେ ଦୁଇ ନେତାଙ୍କୁ ସାକ୍ଷାତ କରିବା ପାଇଁ ଅଲଗା ସମୟ ଦେଇଛନ୍ତି। ସିଦ୍ଧରମୈୟାଙ୍କୁ ଆଜି ସନ୍ଧ୍ୟା ୬ଟାରେ ସମୟ ଦିଆଯାଇଥିବା ବେଳେ ୫ଟାରେ ଶିବକୁମାରଙ୍କୁ ବୈଠକ ପାଇଁ ଡକାଯାଇଛି।

ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନୂଆଦିଲ୍ଲୀରେ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସବଭବନରେ ରୁଦ୍ଧ ଦ୍ଵାର ବୈଠକ କରିଛନ୍ତି। ଏହି ବୈଠକ ସେହି ସମୟରେ ହୋଇଛି ଯେତେବେଳେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଲେ। ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର।ସେ ଦିଲ୍ଳୀରେ ପହଞ୍ଚିବା ମାତ୍ରେ ରାହୁଲ ସକ୍ରିୟ ହୋଇ ଉଠିଛନ୍ତି।ଖଡ଼ଗେଙ୍କ ବାସଭବନରେ ହୋଇଥିବା ରୁଦ୍ଧଦ୍ଵାର ବୈଠକରେ କଂଗ୍ରେସର ସାଧାରଣ ସଂପାଦକ  ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେଓ୍ଵାଲା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଚଣ୍ଡ ବହୁମତ ହାସଲ କରି ୧୩୫ ସିଟ୍‌ରେ ବାଜିମାତ୍ କରିଥିବା ବେଳେ ବିଜେପି ୬୬ ଏବଂ ଜେଡିଏସକୁ ୧୯ଟି ସିଟ୍ ମିଳିଛି।କଂଗ୍ରେସର ଏହି ବିପୁଳ ବିଜୟରେ ଉଭୟ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ପ୍ରମୁଖ ଯୋଗଦାନ ରହିଛି।

   Related Posts