ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ, କହିଲେ ସବୁ ଥର ଭଳି ଏଥର ମଧ୍ୟ ମେଳ ହେଲାନି କଥା ଓ କାମରେ  

28/08/2022 at 8:06 PM

ନୂଆଦିଲ୍ଲୀ ୨୮।୮: ରାହୁଲ ଗାନ୍ଧି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ‘ଦେଶ ପାଇଁ ଖଦି ଓ ଜାତୀୟ ପତାକା ପାଇଁ ଚୀନ ପଲିଷ୍ଟର’ ! ବୋଲି ଉଲ୍ଲେଖ କରିଛନ୍ତି। ସବୁ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କହିବା ଓ କରିବା ମେଳ ହୋଇନି ବୋଲି ରାହୁଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଲାଗି ଚୀନ୍‌ରୁ ଜାତୀୟ ପତାକା ଆମଦାନୀ କରିଥିଲେ ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ କରିଆସୁଛନ୍ତି।ଦେଶରେ ‘ଆଜାଦୀ ଗୌରବ ପଦଯାତ୍ରା’ ବାହାର କରିଥିବା ନାନା ପଟୋଲେ ମଧ୍ୟ ଏ ନେଇ  ପ୍ରଶ୍ନ ଉଠାଇଛନ୍ତି।

ନାନା ପୋଟଲେ ମହାରାଷ୍ଟ୍ର ବୁଲଢଣାରେ ଆଜାଦୀ ଗୌରବ ପଦଯାତ୍ରା ରାଲିକୁ ସମ୍ବୋଧିତ କରି ଅତ୍ୟାଚାର ଓ ବ୍ରିଟିଶ ଶାସନ ସମାପ୍ତ କରିବା ପାଇଁ କଂଗ୍ରେସ ଦୀର୍ଘ ଲଢେଇ ଲଢିଥିଲା।  ଦେଶକୁ ସ୍ୱାଧୀନ କରିବା ପାଇଁ ଦେଶବାସୀ କଂଗ୍ରେସ ପତାକା ତଳେ ଏକଜୁଟ ହୋଇଥିଲା। ଦେଶ ସ୍ୱାଧୀନ ହେବା ବେଳକୁ ଆମର ଛୁଞ୍ଚି ନିର୍ମାଣ କରିବାକୁ ମଧ୍ୟ ବଳ ନଥିଲା। ତେବେ ଜବାହାର ଲାଲନେହେରୁଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ପ୍ରଗତିକୁ ଶିଖରରେ ପହଞ୍ଚାଇଥିବା କହିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଫଳରେ ଭାରତ ସଫଳତାର ରାସ୍ତାରେ ଆଗକୁ ବଢିଥିଲା। ହେଲେ ଯେଉଁ ଲୋକଙ୍କର ଦେଶର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ନଥିଲା ସେମାନେ ଦେଶରେ ହରଘର ତିରଙ୍ଗା ଅଭିଯାନ ଚଳାଉଛନ୍ତି ବୋଲି କହିଥିଲେ। ଏଥିଲାଗି ସେମାନେ ଚୀନ୍‌ରୁ ଦେଶକୁ ପତାକା ଆମଦାନୀ କରୁଛନ୍ତି। ଦେଶରେ କମ୍ପାନୀ ଦେବାଳିଆ ହେଉଥିବା ବେଳେ ସରକାର ବିଦେଶୀ କମ୍ପାନୀଙ୍କ ଠାରୁ ଜାତୀୟ ପତାକା କିଣୁଛନ୍ତି ବୋଲି ପଟୋଲେ ଅଭିଯୋଗ କରିଥିଲେ।

   Related Posts