oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୃଷି ଆଇନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, tweetରେ ଲେଖିଲେ ‘ପୁଣି ଅସତ୍ୟାଗ୍ରହ’ କଲେ ପ୍ରଧାନମନ୍ତ୍ରୀ

18/12/2020 at 5:43 PM

ନୂଆଦିଲ୍ଲୀ ୧୮।୧୨: ମଧ୍ୟପ୍ରଦେଶ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘କୃଷକ ସମ୍ବାଦ’କାର୍ଯ୍ୟକ୍ରମକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ବରିଷ୍ଠ କଂଗ୍ରେସ ସାଂସଦ ଏ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ପୁଣି ଅସତ୍ୟାଗ୍ରହ କରିଥିବା ଉଲ୍ଲେଖ କରିଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ନୁହେଁ ତାଙ୍କ ଅଭ୍ୟାସକୁ ଦାୟୀ କରିଛନ୍ତି।

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କହିଲେ ରାତାରାତ ଆସିନି ଆଇନି
ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଆଳାପରେ ଚାଷୀଙ୍କୁ ରାତାରାତ ଆଇନ ଆସିନଥିବାର କହିଛନ୍ତି। ଏଥିଲାଗି ବିଭିନ୍ନ ଦଳ, ବିଶେଷଜ୍ଞ, ଦୀର୍ଘ ସମୟରୁ ପ୍ରଗତିଶୀଳ ଚାଷୀ ଦାବି କରୁଥିବା ସଂସ୍କାରକୁ ବିଚାରକୁ ନେଇ ଆଇନ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଏଥିରେ ଏମଏସପି ସମାପ୍ତ ହେଉ ନଥିବା ମୋଦି କହିଥିବା ବେଳେ ଏ ବାବଦେ ଚାଷୀଙ୍କୁ ବିରୋଧୀ ଦଳ ମିଛ କହୁଥିବାର କହିଛନ୍ତି।

ତେବେ ରାହୁଲ ଆଇନ ନେଇ ଏବେବି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରିଛନ୍ତି। ଯଦି ସରକାର ଏତେ ଲୋକଙ୍କ ପରାମର୍ଶ ନେଇ ଆଇନ କରିଥିଲେ ସେଥିରେ ପ୍ରଗତିଶୀଳ ଚାଷୀଙ୍କ ଦାବି ମଧ୍ୟ ଥିଲା ତେବେ ଚାଷୀ ବିରୋଧ କରୁଛନ୍ତି କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।  ଆଇନ ଅନାବଶ୍ୟକ ତାହା ପ୍ରମାଣିତ ହେଉଥିବା ବେଳେ ଆଇନକୁ ସରକାର ପ୍ରତ୍ୟାହାର କରିବାକୁ ରାଜି ହେଉ ନାହାନ୍ତି କାହିଁକି ବୋଲି ପଚାରିଛନ୍ତି ରାହୁଲ। ଏଣୁ ଆଇନର ପ୍ରତ୍ୟାହାର ଦାବି କରିଛନ୍ତି।

   Related Posts