oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପୁଣି ଜିତିଲା ଗୁଜୁରାଟ ଟାଇଟନ୍ସ; ଶେଷ ଦୁଇ ବଲ୍‌ରେ ଜବରଦସ୍ତ ଛକ୍କା ମାରି ମ୍ୟାଚ୍ ଜିତାଇଲେ ତେୱତିଆ

8/04/2022 at 11:35 PM

ମୁମ୍ବାଇ: ପୁଣି ଜିତିଲା ଗୁଜୁରାଟ ଟାଇଟନ୍ସ। ଶେଷ ଦୁଇ ବଲ୍‌ରେ ଛକ୍କା ମାରି ଟିମ୍‌କୁ ରୋମାଞ୍ଚକର ବିଜୟ ଦେଲେ ରାହୁଲ ତେୱତିଆ। ଦଳର ପ୍ରଦର୍ଶନ ଭଲ ରହିଥିଲେ ବି ମଝିରେ ସ୍ଥିତି ଏମିତି ହୋଇଯାଇଥିଲେ ଯେ ଜିତିବା ଆଶା କ୍ଷୀଣ ହୋଇଯାଇଥିଲା। ହେଲେ ତେୱତିଆ ଶେଷରେ ଛକ୍କା ମାରି ଟିମ୍‌କୁ ଜିତାଇଥିଲେ। ଆଜି ବ୍ରାବର୍ଣ୍ଣ ଫିଲ୍ଡରେ ବର୍ଷିଥିଲା ଶୁଭମନ ଗିଲ୍‌ଙ୍କ ବ୍ୟାଟ୍। ଛକ୍କା,ଚୌକା ବର୍ଷାରେ ପୁଣି ଜିତିଲା ଗୁଜୁରାଟ ଟାଇଟନ୍ସ। ଅପରାଜେୟ ଗୁଜୁରାଟ ଟାଇଟନ୍ସ ଆଇପିଏଲ୍‌ର ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଛି। ପୂର୍ବରୁ ଦୁଇଟି ମ୍ୟାଚ୍ ଖେଳି ଦୁଇଟିଯାକ ଜିତିଥିବା ଗୁଜୁରାଟ ଆଜି ପଞ୍ଜାବ ବିପକ୍ଷ ତୃତୀୟ ମ୍ୟାଚରେ ବି ବିଜୟ ହାସଲ କରିଛି।

ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୮୯ ରନ୍ କରିଥିଲା। ୧୯୦ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜୁରାଟ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍‌ କରି ମ୍ୟାଚ୍ ଜିତି ନେଇଛି।

ଆଜିର ମ୍ୟାଚ୍‌ରେ ଗୁଜୁରାଟ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ୧୯୦ର ଟାର୍ଗେଟ ଦେଇଥିଲା। ଏହି ଟାର୍ଗେଟ୍‌ ପୂରଣ କରିବା ପାଇଁ ଗୁଜୁରାଟ ଟାଇଟନ୍ସର ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲେ ମାଥ୍ୟୁ ୱେଡ୍ ଓ ଶୁଭମନ ଗିଲ୍। ହେଲେ ଦଳୀୟ ସ୍କୋର ୩୨ରେ ପ୍ରଥମ ୱିକେଟ୍ ହରାଇଥିଲା ଦଳ। ୩ ଓଭର ଖେଳ ଚାଲିଥିବା ବେଳେ ଓପନର ମାଥ୍ୟୁ ୱେଡ୍ ୱେଡ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ।    

ତେବେ ଦ୍ୱିତୀୟ ୱିକେଟ୍ ପାଇଁ ଲମ୍ବା ଭାଗିଦାରୀ ଦେଖିବାକୁ ମିଳିଥିଲା। ଶୁଭମନ ଗିଲଙ୍କ ସହିତ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ ସାଇ ସୁଦର୍ଶନ। ଉଭୟ ମିଶି ଦଳୀୟ ସ୍କୋର୍‌କୁ ୧୩୩ ପର୍ଯ୍ୟନ୍ତ ନେଇଯାଇଥିଲେ। ହେଲେ ୧୪.୪ ଓଭର ଖେଳ ଚାଲିଥିବା ବେଳେ ସାଇ ସୁଦର୍ଶନଙ୍କ ୱିକେଟ୍‌ ଖସିଥିଲା। ସେ ରାହୁଲ ଚହରଙ୍କ ବଲ୍‌ରେ ମୟଙ୍କ ଅଗରୱାଲଙ୍କ ହାତକୁ କ୍ୟାଚ୍ ଟେକି ଦେଇଥିଲେ। ମୟଙ୍କ ୩୦ ବଲ୍‌ରେ ୩୫ ରନ୍‌ କରି ଆଉଟ୍ ହୋଇଥିଲେ। ଉଭୟଙ୍କ ମଧ୍ୟରେ ୬୮ ବଲ୍‌ରେ ୧୦୧ ରନ୍‌ର ଭାଗିଦାରୀ ହୋଇଥିଲା।

ତୃତୀୟ ୱିକେଟ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା। ଶୁଭମନଙ୍କ ସହିତ ମିଶି ବ୍ୟାଟିଂ ଜାରି ରଖିଥିଲେ। ଶୁଭମନ ଶତକ ପୂରଣ କରିବା ଅପେକ୍ଷାରେ ଥିବା ବେଳେ ଦଳୀୟ ସ୍କୋର ଧିମା ପଡ଼ିଥିଲା। ୧୮ ଓଭର୍‌ରେ ଦଳ ୨ ୱିକେଟ୍ ହରାଇ ୧୫୮ ରନ୍‌ କରିଥିବା ବେଳେ ମ୍ୟାଚ୍ ଜିତିବାକୁ ୧୨ ବଲ୍‌ରେ ୩୨ ରନ୍‌ର ଆବଶ୍ୟକତା ପଡ଼ୁଥିଲା। ହେଲେ ସ୍କୋରକୁ ଆଗକୁ ନେଇପାରି ନଥିଲେ ପାଣ୍ଡ୍ୟା ଓ ଗିଲ୍। ଶୁଭମନ ଗିଲ୍‌ ୯୫ ରନ୍‌ କରି କ୍ୟାଚ୍ ଆଉଟ ହେବା ପରେ ପାଣ୍ଡ୍ୟା ୨୭ ରନ୍ କରି ରନ୍‌ଆଉଟ ହୋଇଯାଇଥିଲ।

ସ୍ଥିତି ଏମିତି ହୋଇଯାଇଥିଲା ଯେ ମ୍ୟାଚ୍ ଜିତିବାକୁ ୬ ବଲ୍‌ରେ ୨୦ ରନ୍‌ର ଆବଶ୍ୟକତା ଥିଲା। ଶେଷରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତେୱାତିଆ(୧୩) ଓ ଡେଭିଡ୍ ମିଲର(୬) ଜବରଦସ୍ତ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ।

ଅନ୍ୟପଟେ ପଞ୍ଜାବ ପକ୍ଷରୁ କାଗିସୋ ରାୱଡା ୩ ୱିକେଟ୍ ହାସଲ କରିଥିବା ବେଳେ ରାହୁଲ ଚହର ଗୋଟିଏ ୱିକେଟ୍ ନେଇଥିଲେ। ତେବେ ଅନ୍ୟ କୌଣସି ଦଳ ୱିକେଟ୍ ହାତେଇବାର ସକ୍ଷମ ହୋଇପାରି ନଥିଲେ।

   Related Posts