ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ facebook ରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି

Published By : Prameya-News7 Bureau | July 16, 2022 IST

ନୂଆଦିଲ୍ଲୀ ୧୬।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ସେ  ଫେସବୁକ୍ ରେ ଏକ ପୋଷ୍ଟ କରିଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ସରକାରଙ୍କ ନିଦ ନ ଭାଙ୍ଗିଲେ ଅର୍ଥବ୍ୟବସ୍ଥା ଭୂଷୁଡିପଡିବ ବୋଲି କହିଛନ୍ତି। ନଚେତ ସରକାରଙ୍କ ଅପାରଗତାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ସତର୍କ କରିଛନ୍ତି।

wp:html /wp:html

ଇତିହାସରେ ପ୍ରଥମ ଥର ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବୁଠୁ ଦୁର୍ବଳ ସ୍ଥିତିକୁ ପହଞ୍ଚିଛି। ଗୋଟିଏ ଡଲାର ଏବେ ୮୦ ଟଙ୍କାକୁ ପହଞ୍ଚିବା ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ରାହୁଲ ଗାନ୍ଧି କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ  ମୋଦି ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ଲମ୍ବା ଚୌଡା ଭାଷାଣବାଜୀ କରୁଥିଲେ। ମଜଭୁତ ଟଙ୍କା ପାଇଁ ଜଣେ ମଜଭୁତ ପ୍ରଧାନମନ୍ତ୍ରୀ ଦରକାର ବୋଲି କହୁଥିଲେ। ଏବେ ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତାକୁ ସ୍ୱୀକାର କରିବେ କି ବୋଲି ରାହୁଲ ପେଷ୍ଟରେ ଉଲ୍ଲେଖ କରିଛନ୍ତି।

{"id":657026,"width":839,"height":517,"sizeSlug":"full","linkDestination":"none"}

ରାହୁଲ ଫେସବୁକ୍‌ରେ ୮୦..୯୦ ପୁରା ୧୦୦ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୟାନବାଜୀର ବାସ୍ତବତା ଆଜି ସମସ୍ତଙ୍କ ସାମ୍ନାରେ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି। ଏଣୁ ସରକାର ନିଦରୁ ଉଠି ଅର୍ଥ ବ୍ୟବସ୍ଥାକୁ ତୁରନ୍ତ ସମ୍ଭାଳନ୍ତୁ ବୋଲି କହିଛନ୍ତି। ଏବେବି ସମୟ ଅଛି ଆର୍ଥିକ ସୁଧାର କରି ଦେଶରେ ଟଙ୍କାର ସ୍ଥିତିକୁ ମଜଭୁତ କରନ୍ତୁ ବୋଲି ରାହୁ ଉଲ୍ଲେଖ କରିଛନ୍ତି। ନଚେତ ଏକ ଦିଶାହୀନ ସରକାରଙ୍କ ବୟାନବାଜୀ ଶାସନର କୁଫଳ ଆଗକୁ ଦେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ଭୋଗିବାକୁ ବାଧ୍ୟ ହେବ ବୋଲି ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.