ଆର୍ଥିକ ପ୍ୟାକେଜ୍, ସ୍ଥାନୀୟ ଯୋଜନା ଏବଂ ପ୍ରତ୍ୟକ୍ଷ ସହାୟତା... କରୋନା ମୁକାବିଲା ପାଇଁ ଏଭଳି ଉପାୟ ବତାଇଲେ ରାହୁଲ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୮|୫: ଦେଶରେ କରୋନା ସ୍ଥିତି ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ। କରୋନା ବିରୋଧରେ ଲଢେଇ ପିଏମଓ ସ୍ତରରେ ନୁହେଁ ବରଂ ଜିଲ୍ଲା ସ୍ତରରେ ଏହି ଲଢେଇ ହେବା କଥା । ଲକ୍ ଡାଉନ୍ ପ୍ରତ୍ୟାହାର ନିଷ୍ପତ୍ତି ବେଳେ କେନ୍ଦ୍ର ସରକାର ପାରଦର୍ଶିତା ଦେଖାନ୍ତୁ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ଭିଡିଓ କନଫରେନ୍ସିଂରେ ପ୍ରେସମିଟ୍ କରିଥିବା ରାହୁଲ ଗାନ୍ଧି ଦେଶ ସାମ୍ନା କରୁଥିବା ସଙ୍କଟଜନକ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି । ସରକାର ପ୍ରଥମରୁ ଏନେଇ ପାରଦର୍ଶିତା ଦେଖାଇବାର ଆବଶ୍ୟକତା ଥିଲା। କେଉଁ ସେକ୍ଟର ଖୋଲାଯିବ ଏବଂ ଏଥିପାଇଁ କଣ ମାପଦଣ୍ଡ ରହିବ ସେ ନେଇ ପ୍ରଶ୍ନ କରିଛନ୍ତି ।

ପ୍ରବାସୀ ଶ୍ରମିକଙ୍କ ଫେରିବା ପ୍ରସଙ୍ଗରେ ମାନବିକତା ଦୃଷ୍ଟିକୋଣରୁ ଦେଖିବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେବା ଆବଶ୍ୟକ। ଶ୍ରମିକମାନଙ୍କ ଆକାଉଣ୍ଟରେ କେନ୍ଦ୍ର ସରକାର ସିଧାସଳଖ ୭ ହଜାର ୫ଶହ ଟଙ୍କା ଡିପୋଜିଟ୍  କରିବା ଆବଶ୍ୟକ । ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ବିଶେଷଜ୍ଞମାନଙ୍କ ସହ ଆଲୋଚନା ହେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.