WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାହୁଲଙ୍କ ପ୍ରଶ୍ନ- ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ପ୍ରଧାନମନ୍ତ୍ରୀ?

23/09/2023 at 6:37 PM

ଜୟପୁର ୨୩।୯: କଂଗ୍ରେସ ନେତା ରାହୁଲ ଗାନ୍ଧି ଜାତିଗତ ଜନଗଣନାର ଓକିଲାତି କରି ଶନିବାର ପ୍ରଧାନମନ୍ତ୍ରୀ ଜାତିଗତ ଜନଗଣନାକୁ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି ଯେ ଜାତିଗତ ଜନଗଣନାର ତଥ୍ୟ ଦେଶ ଆଗରେ ରଖାଯିବା ଦରକାର। ଏହା ଛଡା ରାହୁଲ ଦାବି କରିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ଆଜି  କାହିଁକି ଲାଗୁ କରା ଯାଇ ପାରିବନି। କେନ୍ଦ୍ର ସରକାର ନିର୍ବାଚନମଣ୍ଡଳି ପରିସୀମା ନିର୍ଦ୍ଧାରଣ କରିବା ଓ ନୂଆ ଜନଗଣନାର ବାହାନା କରି ଏହାକୁ ୧୦ ବର୍ଷ ଟାଳିବାକୁ ଚାହୁଁଛନ୍ତି ବୋଲି ରାହୁଲ କହିଛନ୍ତି।

ସେ କହିଛନ୍ତି ଯେ କଂଗ୍ରେସ ଚାହେଁ ଦେଶରେ ମହିଳା ସଂରକ୍ଷଣ ଆଜିଠୁ ଲାଗୁ ହେଉ।  ଯଦି ଆମେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଭାଗିଦାରୀ ଦେବାକୁ କହୁଛେ ତେବେ ବିନା ଜାତିଗତ ଜନଗଣନାରେ ଏହା ସମ୍ଭବ ନୁହେଁ। ଏଥିରେ ଯଦି ପ୍ରଧାନମନ୍ତ୍ରୀ ୨୪ ଘଣ୍ଟା ଓବିସିଙ୍କ କଥା କହୁଛନ୍ତି, ଓବିସିଙ୍କ ଇଜତର କଥା କହୁଛନ୍ତି ତେବେ ଜାତିଗତ ଜନଗଣନା କରିବାକୁ କାହିଁକି  ପଛଉଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଲୋକସଭା ଓ ବିଧାନସଭାମାନଙ୍କରେ ମହିଳା ସଂରକ୍ଷଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ ବିଜେପିର ଲୋକେ କହୁଛନ୍ତି ମହିଳା ସଂରକ୍ଷଣ ଲାଗୁ କରିବା ପୂର୍ବରୁ ନୂଆ ଜନଗଣନା ଓ ନୂଆ ଡିଲିମିଟେସନ କରିବା ଜରୁରି, ତେବେ ଏହା ସତକଥା ନୁହେଁ। ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ବିଧାନସଭା ଓ ଲୋକସଭାମାନଙ୍କରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ଆଜି ହିଁ ଦିଆଯାଇପାରେ। ତେବେ ସେମାନେ ବାହାନା କରୁଛନ୍ତି, ସେମାନେ ଚାହୁଁଛନ୍ତି ମହିଳା ସଂରକ୍ଷଣ ଦେଶରେ ୧୦ ବର୍ଷ ପରେ ଲାଗୁ ହେଉ।

ରାହୁଲ କହିଛନ୍ତି ଯେ ଦେଶରେ ବିଜେପି ଓ କଂଗ୍ରେସର ବିଚାରଧାରାର ଲଢେଇ ଲଢୁଛନ୍ତି। ସେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଆଦାନୀ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ବିଷୟରେ ପଚାରିବେ ତେବେ ସେମାନେ ପଳାଇଯିବେ। ଏହି କାର୍ଯ୍ୟକର୍ତ୍ତା ସମ୍ମେଳନୀରେ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ମଧ୍ୟ ଉପସ୍ଥିତ ଥିଲେ।

   Related Posts