ରାହୁଲ ରାୟଙ୍କ ଅବସ୍ଥା ଗୁରୁତର : ପୁଣି ଥରେ ଆଇସିୟୁରେ ହେଲେ ଭର୍ତ୍ତି

Published By : Prameya-News7 Bureau | December 19, 2020 IST

ମୁମ୍ବାଇ ୧୯/୧୨: ଫିଲ୍ମ ‘ଏଲଏସି-ଲିଭ ଦ ବ୍ୟାଟଲ୍’ ସୁଟିଂ ସମୟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିବା ଆଶିକୀ ଫେମ୍ ରାହୁଲ୍ ରାୟ ଧୀରେ ଧୀରେ ଠିକ୍ ହେଉଛନ୍ତି। ତଥାପି ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତାର କାରଣ ହୋଇଛି। ତାଙ୍କ ଚିକିତ୍ସା ଓ୍ବାକହାର୍ଡ଼ ହସ୍ପିଟାଲରେ ଚାଲିଛି। ପୁଣି ଥରେ ଶୁଣିବାକୁ ମିଳିଛି ଯେ ରାହୁଲଙ୍କୁ ପୁଣି ଥରେ ଆଇସିୟୁରେ ଆଡମିଟ୍ କରାଯାଇଛି। ଏବିଷୟରେ ରାହୁଲଙ୍କ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ରାହୁଲଙ୍କ ହାର୍ଟ ରେଟ୍ କମିଯାଇଥିବାରୁ ତାଙ୍କୁ ଆଇସିୟୁରେ ସ୍ଥାନାନ୍ତର କରିବାକୁ ପଡ଼ିଛି।

{"id":379422,"sizeSlug":"large","linkDestination":"none"}

ରାହୁଲ ରାୟଙ୍କ ଚିକିତ୍ସା କରୁଥିବା ଡାକ୍ତର ପବନ ପାଇ ଜଣେ ନ୍ୟୁରୋଲୋଜିଷ୍ଟ ଏବଂ ନ୍ୟୁରୋଇଣ୍ଟରଭେନ୍ସନ କନସଲଟାଣ୍ଟ୍। ସେ କହିଛନ୍ତି ଯେ ରାହୁଲ ଧୀରେ ଧୀରେ ଠିକ୍ ହେଉଛନ୍ତି କିନ୍ତୁ ତାଙ୍କୁ କଥା କହିବାରେ ସମସ୍ୟା ହେଉଛି।

{"id":379423,"sizeSlug":"large","linkDestination":"none"}

ତାଙ୍କ ଡାହାଣ ପାର୍ଶ୍ବ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ କାମ କରୁନାହିଁ। କିନ୍ତୁ କମ୍ ହାର୍ଟ ରେଟ୍ ଯୋଗୁଁ ତାଙ୍କୁ ଆଇସିୟୁରେ ଆଡମିଟ୍ କରିବାକୁ ପଡ଼ିଛି। ଏହା କେବଳ ଗୋଟିଏ ଦିନ ପାଇଁ। ଏହା ପରେ ତାଙ୍କୁ ଆଇସିୟୁରୁ ବାହାର କରି ଦିଆଯିବ।

{"id":379426,"sizeSlug":"large","linkDestination":"none"}

ରାହୁଲ ଅଧିକାଂଶ ସମୟରେ ହସ୍ପିଟାଲରୁ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରୁଥାନ୍ତି। ରାହୁଲଙ୍କ ସ୍ପିଚ୍ ଥେରାପି ମଧ୍ୟ ବିଶେଷଜ୍ଞଙ୍କ ଦେଖାଶୁଣାରେ ଚାଲିଛି। ଏହା ସହିତ ତାଙ୍କର ଫିଜିଓଥେରାପି ମଧ୍ୟ ଚାଲିଛି।

{"id":379427,"sizeSlug":"large","linkDestination":"none"}

ରାହୁଲ୍ କାରଗିଲର ଗଲଓ୍ବାନ ଘାଟିରେ ୧୨ଡିଗ୍ରୀ ତାପମାତ୍ରାରେ ‘ଏଲଏସି-ଲିଭ ଦ ବ୍ୟାଟଲ୍’ର ସୁଟିଂ କରୁଥିଲେ। ଏହି ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ୨ଦିନ ପୂର୍ବରୁ ଏୟାରଲିଫ୍ଟରେ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା।  

{"id":379431,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.