ସଫଳ ହେଲା ୧୦୫ ଘଣ୍ଟାର ଅପରେସନ୍; ଉଦ୍ଧାର ହେଲେ ରାହୁଲ

Published By : Prameya-News7 Bureau | June 14, 2022 IST

ଜାଞ୍ଜଗିର ୧୪/ ୦୬ : ଦୀର୍ଘ ୫ ଦିନ ୧୦୫ ଘଣ୍ଟାର ଅପରେସନ ସଫଳ । ବୋରୱେଲ ଗାତରୁ ରାହୁଲ ଉଦ୍ଧାର । ବୋରୱେଲ୍‌ ଭିତରୁ ରାହୁଲକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଯବାନଙ୍କ ନିରନ୍ତର ପ୍ରୟାସ ପରେ ୮୦ ଫୁଟ୍‌ ତଳୁ ଉଦ୍ଧାର ହେଲେ ରାହୁଲ୍‌। ଏବେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସ୍ଥିର ରହିଛି । ଉଦ୍ଧାର ପରେ ଆଇସିୟୁ ଆମ୍ୱୁଲାନ୍ସରେ ଗ୍ରୀନ କରିଡର ମଧ୍ୟରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସାରା ଦେଶରେ ପ୍ରାର୍ଥନା କରାଯାଉଥିଲା।

ଶୁକ୍ରବାର ରାହୁଲ ତାଙ୍କ ଘରେ ଥିବା ୮୦ ଫୁଟ୍‌ର ଗଭୀର ବୋର୍‌ୱେଲ୍‌ ଗାତକୁ ଖସି ପଡ଼ିଥିଲେ । ସେ ଗାତରେ ଫସି ରହିଥିବା ବେଳେ ପାଇପ୍‌ ଜରିଆରେ ତାଙ୍କୁ ଅକ୍ସିଜେନ୍‌ ସହିତ ଓଆରଏସ, କଦଳୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦିଆଯାଉଥିଲା। ଉଦ୍ଧାର କାର୍ଯ୍ୟରେ ସେନା ସହିତ ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ସାମିଲ୍‌ ଥିଲେ। ଏହି ସମୟରେ ଡାକ୍ତରୀ ଦଳ ୨୪ ଘଣ୍ଟା  ରାହୁଲଙ୍କ ଉପରେ ନଜର ରଖିଥିଲେ।

wp:html /wp:html

ଛତିଶଗଡ଼ ରାଜ୍ୟର ଚାମ୍ପା ଜିଲ୍ଲାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହିରଡ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ସୂଚନାଯୋଗ୍ୟ ଯେ, ଜାଞ୍ଜଗିର-ଚମ୍ପା ଜିଲ୍ଲା ମାଲ୍‌ଖରୋଦା ପିହରିଦ୍‌ ଗ୍ରାମରେ ୧୧ ବର୍ଷୀୟ ରାହୁଲ୍‌ ସାହୁ ଶୁକ୍ରବାର ଖେଳୁଥିବା ସମୟରେ ଘର ପଛପଟେ ଥିବା ବୋରୱେଲ୍‌ ଭିତରେ ଖସିପଡ଼ିଥିଲା । ରାହୁଲ୍‌ର ପରିବାର ଏହି ବୋରୱେଲ୍‌ ଖୋଳିଥିଲେ । କିନ୍ତୁ ବୋରୱେଲ୍‌କୁ ଖୋଲା ରଖିଥିଲେ । ରାହୁଲ୍‌ ଖସିପଡ଼ିବା ପରେ ତାକୁ ପରିବାର ଖୋଜିଥିଲେ । ହେଲେ ପାଇନଥିଲେ । ବୋର୍‌ୱେଲ୍‌ ଭିତରୁ ଶବ୍ଦ ବାହାରକୁ ଆସୁଥିବା ସେମାନେ ଶୁଣିବାକୁ ପାଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଲା, ଏସପି ବିଜୟ ଅଗ୍ରୱାଲ, ଏସଡିଏମ ରେନା ଜାମିଲ, ଅତିରିକ୍ତ ଏସପି ଅନିଲ ସୋନିଙ୍କ ସମେତ ଜିଲ୍ଲା ତଥା ପୋଲିସ ପ୍ରଶାସନ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଏପରିକି ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ସେନାର ସାହାଯ୍ୟ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.