suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚିରି ଥିଲେ, ଏମିତି ହେବ ବୋଲି ଭାବିନଥିଲେ, ରାହୁଲଙ୍କୁ ଏବେ ମନେ ପଡୁଛି ୧୦ ବର୍ଷ ପୂର୍ବେ କରିଥିବା ଭୁଲ୍ !

24/03/2023 at 5:01 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସ ମନରେ ଯେଉଁ ଡର ଥିଲା, ବାସ୍ତବରେ ତାହା ସତ୍ୟରେ ପରିଣତ ହୋଇଛି। ମୋଦୀଙ୍କ ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣୀକୁ ଆଧାର କରି ଦାୟର ମାନହାନୀ ମୋକଦ୍ଦମାରେ ଗୁରୁବାର କୋର୍ଟ ତାଙ୍କୁ ଦୁଇ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଭାବରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ଶୁକ୍ରବାର ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲଙ୍କ ସଦସ୍ୟତା ଉପରେ ନିଷ୍ପତ୍ତି ନେଇଛନ୍ତି। କେଉଁ ଭୁଲ୍ ପାଇଁ ରାହୁଲ ଗାନ୍ଧୀଙ୍କୁ ଏମିତି ଦଣ୍ଡ ମିଳିଲା ତାକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି। ତେବେ ରାହୁଲ ଗାନ୍ଧୀଙ୍କ ସେହି ଭୁଲ୍ କାର୍ଯ୍ୟ ଏବେ ଖବରର ଶିରୋନାମା ପାଲଟିଛି, ଯାହା ସେ ୨୦୧୩ରେ ମନମୋହନ ସରକାରଙ୍କ ଅଧ୍ୟାଦେଶର କପିକୁ ଫାଡି ଦେଇଥିଲେ। ମନମୋହନ ସିଂହ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏକ ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ୨ ବର୍ଷ କିମ୍ବା ସେଥିରୁ ଅଧିକ ଦଣ୍ଡ ପାଉଥିବା କୌଣସି ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟତା ରଦ୍ଦ କରାଯିବାର ପ୍ରାବଧାନ ଥିଲା।

ରାହୁଲ ଗାନ୍ଧୀଙ୍କ ଏହିପରି ସମ୍ବେଦନହୀନ କାର୍ଯ୍ୟକୁ ଚାରିଆଡୁ ସମାଲୋଚନା କରାଯାଇଥିଲା। କାରଣ ସେ ଏକ ନିର୍ବାଚିତ ସରକାରଙ୍କ କ୍ୟାବିନେଟ୍‌ରୁ ଗୃହିତ ଅଧ୍ୟାଦେଶକୁ ଚିରି ଫାଡି ଦେଇଥିଲେ। ପୂରା ମାମଲା ୨୦୧୩ରେ ଲିଲି ଥମାସ ବନାମ ଭାରତ କେସରେ ସୁପ୍ରିମକୋର୍ଟଙ୍କ ରାୟରୁ ଆରମ୍ଭ ହୋଇଥିଲା। ଏହି ମାମଲାରେ କୋର୍ଟ ଜନପ୍ରତିନିଧିତ୍ଵ ଆଇନର ସେକ୍ସନ୮(୪)କୁ ଖାରଜ କରିଥିଲେ। ଏହି ଆଇନରେ କୌଣସି ବିଧାୟକ ଏବଂ ସାଂସଦଙ୍କୁ ଦଣ୍ଡ ମିଳିବା ବିରୋଧରେ ଅପିଲ୍ କରିବା ପାଇଁ ତିନି ମାସର ସମୟ ଦିଆଯାଉଥିଲା। ଅପିଲ୍ ଉପରେ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟତା କାଏମ ରହିବାର ପ୍ରାବଧାନ ରହିଥିଲା।

राहुल गांधी को याद आ रही होगी 10 साल पहले की गलती, ना करते तो बच जाती सांसदी

କୋର୍ଟଙ୍କ ଏହି ନିଷ୍ପତ୍ତିକୁ ପଲଟାଇବା ପାଇଁ ମନମୋହନ ସିଂହ ସରକାର ଅଧ୍ୟାଦେଶ ଆଣିଥିଲ, ଯାହାକୁ ରାହୁଲ ଗାନ୍ଧୀ ଫାଡି ଦେଇଥିଲେ। କୁହାଯାଉଛି ଯଦି ସେ ଉକ୍ତ ସମୟରେ ଅଧ୍ୟାଦେଶକୁ ଫାଡିନଥାନ୍ତେ ତେବେ ଆଜି ରାହୁଲ ଗାନ୍ଧୀ ଆଜି ଏମିତି ଦଶା ଦେଖି ନଥାନ୍ତେ। ରାହୁଲ ଗାନ୍ଧୀ ମନମୋହନ ସରକାରଙ୍କ ପ୍ରସ୍ତାବିତ ଅଧ୍ୟାଦେଶର କପିକୁ ‘କମ୍ପ୍ଲିକେଟ୍ ନନସେନ୍ସ’ କହି ଫାଡି ଦେଇଥିଲେ। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାହୁଲଙ୍କ ଏପରି ଏତାଦୃଶ୍ୟକୁ ଘୋର ନିନ୍ଦା କରିଥିଲେ। ସେହି ସମୟରେ କେନ୍ଦ୍ରୀୟ ଆଇନ ମନ୍ତ୍ରୀଙ୍କୁ ଡକାଇ ସ୍ପଷ୍ଟୀକରଣ ମାଗିଥିଲେ।

କେମିତି ବଞ୍ଚିବ ରାହୁଲଙ୍କ ସଦସ୍ୟତା

ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନିକଟରେ ଗୋଟିଏ ରାସ୍ତା ରହିଛି। ତାହା ହେଉଛି ଟ୍ରାଏଲ କୋର୍ଟ ନିଜେ ତାଙ୍କର ଦଣ୍ଡାଦେଶକୁ ସମାପ୍ତ କରନ୍ତୁ କିମ୍ବା ହ୍ରାସ କରନ୍ତୁ। ଏହା ବ୍ୟତୀତ ରାହୁଲ ହାଇକୋର୍ଟ ଅଥବା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ଆଶ୍ଵସ୍ତି ପାଇଁ ଅପିଲ୍ କରନ୍ତୁ। ଉଲ୍ଲେଖନୀୟ ଜାନୁଆରୀରେ ଲାକ୍ଷାଦ୍ଵୀପର ସାଂସଦ ମହମ୍ମଦ ଫୈଜଲଙ୍କ ସଦସ୍ୟତା ମଧ୍ୟ ହତ୍ୟା ଉଦ୍ୟମ ମାମଲାରେ ସଜା ପରେ ରଦ୍ଦ ହୋଇଥିଲା। ଏପରିକି ତାଙ୍କ ଆସନ ଉପରେ ନିର୍ବାଚନ ଆୟୋଗ ନିର୍ବାଚନର ବିଜ୍ଞପ୍ତି ଜାରି କରିଥିଲେ। ମାତ୍ର  ହାଇକୋର୍ଟ ତାଙ୍କ ସଜା ଉପରେ ରୋକ୍ ଲଗାଇଥିଲେ ଏବଂ ପୁନର୍ବାର ଫୈଜଲଙ୍କ ସଦସ୍ୟତା କାଏମ ରହିଥିଲା।

   Related Posts