ଆସନ୍ତାକାଲି ରାହୁଲ ଓ ନବୀନଙ୍କ ଭିତରେ ଫାଇଟ: ଚାଷୀଙ୍କୁ ନେଇ କଂଗ୍ରେସ ସ୍ବପ୍ନ ଦେଖୁଛି କଂଗ୍ରେସ, ସେହି ଚାଷୀଙ୍କୁ ରାହୁଲଙ୍କ ଠାରୁ ଦୂରେଇ ରଖିବା ପାଇଁ ବିଜେଡିର ଯୋଜନା

Published By : Prameya-News7 Bureau | January 24, 2019 IST

ଭୁବନେଶ୍ବର ୨୪|୧: ଆସନ୍ତାକାଲି ରାହୁଲ ନବୀନଙ୍କ ଭିତରେ ହେବ ଫାଇଟ। ରାହୁଲ  ଭୁବନେଶ୍ବରରେ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ, ପୁରୀରେ ଚାଷୀଙ୍କ ମନ ଜିଣିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କୁ ନେଇ କଂଗ୍ରେସ ଯେଉଁ ସ୍ବପ୍ନ ଦେଖୁଛି କଂଗ୍ରେସ ସେହି ଚାଷୀଙ୍କୁ ରାହୁଲଙ୍କ ଠାରୁ ଦୂରେଇ ରଖିବା ପାଇଁ ଯୋଜନା କରିଛି ବିଜେଡି। ସେଥିପାଇଁ କାଳିଆ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ। ଏପଟେ ରାହୁଲଙ୍କ ଆଗମନ ଦେଖି କଂଗ୍ରେସ ବିତାଡିତ ନେତା ପ୍ରଶ୍ନ ବାଣ ମାରିଛନ୍ତି…

{"id":77650}

ଆସନ୍ତାକାଲି  ଫାଇଟ ହେବ ରାହୁଲ ବନାମ ନବୀନ । ଭୁବନେଶ୍ବରରେ ରାହୁଲ , ପୁରୀରେ ନବୀନଙ୍କ ଭିତରେ ହେବ  ଜବାବୀ ହମଲା । ସଭାପତି ହେବା ପରେ ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ। ନିରଞ୍ଜନ ବି ସଭାପତି ହେବା ପରେ ପ୍ରଥମଥର ମୁଖିଆଙ୍କ ସହିତ ସଭାରେ ବସିବେ। କଂଗ୍ରେସ ଆୟୋଜନ କରିଛି ପରିବର୍ତ୍ତନ ସଂକଳ୍ପ ସମାବେଶ। ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଫାନି ଗସ୍ତକୁ କାଉଣ୍ଟର କରିବାକୁ ରାହୁଲ ଓଡିଶା ମାଟି​‌ରେ ପାଦ ଦେବେ ।

{"id":77653}

ଯେତେବେଳେ ଦଳ ଛିଡିଛିଡି ଯାଉଛି ଠିକ୍‌ ସେତିକିବେଳେ ଦଳୀୟ କର୍ମୀଙ୍କ ମନରେ ଜୋସ ଭରିବାକୁ ଆସୁଛନ୍ତି ରାହୁଲ। ଭୁବନେଶ୍ବର ସ୍ଥିତ ତମାଣ୍ଡୋ ପଡିଆରେ କର୍ମୀଙ୍କୁ ମନ୍ତ୍ର ଦେବେ। କାଲି ସକାଳ ୧୦ଟା ୪୫ରେ ଭୁବନଶ୍ବେର​‌ରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ହୋଟେଲ ଯାଇ ସମାଜର କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ତମାଣ୍ତୋ ପଡିଆ ରେ ସାଢ଼େ୨ଟାରେ ପହଞ୍ଚିବେ। ଓଡିଶାରେ କଂଗ୍ରେସ ପାଇଁ ନର୍ବାଚନୀ ବିଗୁଲ ବଜାଇବେ ରାହୁଲ ।

{"id":77651}

ମୋଦି ଗସ୍ତ ସମୟ ପରି ରାହୁଲଙ୍କ ଗସ୍ତକୁ କାଉଣ୍ଟର କରିବାକୁ ଅଣ୍ଟା ଭିଡିଛନ୍ତି ନବୀନ।କାଲି ପୁରୀରେ ଚାଷୀଙ୍କ ଗହଣରେ ରହିବେ ନବୀନ।   କାଳିଆ ଟଙ୍କା ବାଣ୍ଟି ଚାଷୀଙ୍କ ମାନଭଞ୍ଜନ କରିବେ। ସରକାର ପ୍ରଣୟନ କରିଥିବା କାଳିଆ ଯୋଜନାରେ ପ୍ରଥମ କିସ୍ତି ଟଙ୍କା କାଲି ୧୨ ଲକ୍ଷ ୪୫ହଜାର୯୦୦ ଟଙ୍କା ଚାଷୀଙ୍କ  ଆକଉଣ୍ଟରେ ଦିଆଯିବ । ଯାହାର ଶୁଭାରାମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାଲି ପ୍ରାୟ୧ଲକ୍ଷ ଚାଷୀ  ପୁରୀରେ ଏକଜୁଟ ହେବେ।

{"id":77652}

କୃଷି ଋଣ ଛାଡ କରି କଂଗ୍ରେସ ଯେଉଁ ବାହାବା ନେଉଛି ସେଥିପାଇଁ ଓଡିଶା ଚାଷୀଙ୍କୁ ରାହୁଲଙ୍କ ଠାରୁ ଦୂରର ରଖିବା ପାଇଁ ନବୀନ ଅଣ୍ଟା ଭିଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.