Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶ୍ରୀନଗର ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କଲେ ରାହୁଲ ଗାନ୍ଧି, କାଶ୍ମୀର ପଣ୍ଡିତଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ

29/01/2023 at 4:11 PM

ଶ୍ରୀନଗର ୨୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଶ୍ରୀନଗର ଲାଲଚୌକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସୁରକ୍ଷାଗତ କାରଣ ଯୋଗୁ ଏହି ସମୟରେ ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ ସିଲ କରିଦେଇଥିଲେ। ଏପରିକି ସାଧାରଣ ନାଗରିକଙ୍କ ଯାତାୟାତକୁ ମଧ୍ୟ ରୋକି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟା କୁମାରୀରୁ ଆରମ୍ଭ କରିଥିବା ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩୦ ତାରିଖରେ କାଶ୍ମୀରରେ ଉଦଯାପିତ ହେବ।

ଏହିକ୍ରମରେ ରାହୁଲ ରବିବାର ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ବିପକ୍ଷ ଏକତା ପ୍ରଦର୍ଶନ ଲାଗି ଉଦ୍ୟମ କରିପାରନ୍ତି। ଏଥିଲାଗି ୩୦ରୁ ଅଧିକ ବିରୋଧୀ ରାଜନୈତିକ ଦଳଙ୍କୁ ଭାରତ ଯୋଡୋ ଯାତ୍ରାକୁ ଆମନ୍ତ୍ରିତ କରାଯାଇଛି। ତେବେ କିଛି ରାଜନୈତିକ ଦଳ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ପଷ୍ଟ ଅସ୍ୱୀକାର କରିଦେଇଛନ୍ତି।  ରବିବାର ଲାଲ ଚୌକରେ ପତାକା ଉତ୍ତୋଳନ କରି ରାହୁଲ ଗାନ୍ଧି କାଶ୍ମୀର ପଣ୍ଡିତଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ରାହୁଲ କହିଛନ୍ତି ଯେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର କାଶ୍ମୀର ଉପତ୍ୟାକାରେ ପଣ୍ଡିତଙ୍କୁ କେବଳ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଛି। ସେମାନଙ୍କ ପରିସ୍ଥିତିରେ ସୁଧାର ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଏ ନେଇ ରାହୁଲ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ‘ଆଜି କାଶ୍ମୀର ପଣ୍ଡିତମାନେ ବିଜେପି ସରକାରଙ୍କୁ ପଚାରୁଛନ୍ତି-ଆମର ରାଜନୈତିକ ବ୍ୟବହାର ଛଡା ଆମ ଲାଗି ଆଉ କରିଛ କଣ? ଏହାର କଣ ଜବାବ ଦେବେ ପ୍ରଧାନମନ୍ତ୍ରୀ ଜୀ’ ବୋଲି ଉଲ୍ଲେଖ କରିଛନ୍ତି।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୩୫ ଦିବସୀୟ ଭାରତ ଯୋଡୋ ଯାତ୍ରାର ଶେଷ ପର୍ଯ୍ୟାୟ ରବିବାର କଡ଼ା ସୁରକ୍ଷା ବ୍ୟବସ୍ଥାରେ ଶ୍ରୀନଗର ପନ୍ଥା ଚୌକରୁ ପୁଣି ଆରମ୍ଭ ହୋଇଥିଲା। ଭାରତ ଯୋଡୋ ଯାତ୍ରା ଗତବର୍ଷ କନ୍ୟା କୁମାରୀରୁ ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିଲା। ଯାହା ସୋମବାର ଶ୍ରୀନଗର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ଉତ୍ସବରେ ଉଦଯାପିତ ହେବ। ଏହି ଯାତ୍ରାରେ ଆଞ୍ଚଳିକ ଦଳମାନେ ମଧ୍ୟ ସାମିଲ ହେବେ ବୋଲି ଆକଳନ କରାଯାଉଛି।

ଏଥିଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର ଅପରାହ୍ନରେ ଶ୍ରୀନଗର ହିଲ ଲକ୍‌ରେ ଥିବା ହୋଟେଲ ତାଜ୍ ବିଭାନ୍ତାରେ ଡିନର ଦେବେ। ଏଥିଲାଗି ଶ୍ରୀନଗର ପୋଲିସ ଶନିବାର ସହରବାସୀଙ୍କ ଲାଗି ଏକ ଟ୍ରାଫିକ ଆଡଭାଇଜରି ଜାରି କରି ସହରର କିଛି ନିଶ୍ଚିତ ମାର୍ଗରୁ ଜନ ସାଧାରଣଙ୍କୁ ଦୂରେଇ ରହିବାକୁ ନିବେଦନ କରିଛି। ଏହି ସବୁ ରାସ୍ତାରେ ରାଜନୈତିକ ଗତିବିଦ୍ଧି ଲାଗି ଭିଡ ଲାଗି ରହିପାରେ ବୋଲି ଆଡଭାଇଜରିରେ କୁହାଯାଇଛି।

   Related Posts