କେଏଲ ରାହୁଲଙ୍କ ଫର୍ମକୁ ନେଇ ସୌରଭ ଗାଙ୍ଗୁଲିଙ୍କ ରୋକ୍ ଠୋକ୍, ଯଦି ଭାରତରେ ରନ କରିବ ନାହିଁ ତେବେ…

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: ସଂପ୍ରତି ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଓପନର କେଏଲ ରାହୁଲ। ୨୦୨୨ ମଧ୍ୟ ଭାଗରୁ ରାହୁଲଙ୍କ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ନିରାଶଜନକ ବ୍ୟାଟିଂ କାରଣରୁ ତାଙ୍କୁ ନିକଟରେ ଦିନିକିଆ ଏବଂ ବର୍ଡର-ଗାଭାସ୍କର ସିରିଜ୍‌ର ଶେଷ ଦୁଇ ଟେଷ୍ଟରୁ ଉପ ଅଧିନାୟକ ପଦ ମଧ୍ୟ ହରାଇବାକୁ ପଡିଛି। ଏବେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଓପନରଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ପିଟିଆଇ ସହ ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ଭାରତରେ ନିଜର ଘରୋଇ ପରିବେଶରେ ରନ ନକଲେ ରାହୁଲଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିବ।

wp:heading {"level":4}

ଏ ଖବର ପଢନ୍ତୁ- ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର, ଧର୍ମ ସଙ୍କଟରେ କୋଚ୍ ରାହୁଲ ଦ୍ରାବିଡ !

/wp:heading

ରାହୁଲ ଗତ ୧୦ଟି ଟେଷ୍ଟରେ ୨୫ରୁ ଉର୍ଦ୍ଧ୍ଵ ରନ ବି କରି ପାରି ନାହାନ୍ତି। ୪୭ଟି ଟେଷ୍ଟରେ ସେ ୩୫ ହାରରେ ରନ କରୁଛନ୍ତି, ଯାହା ତାଙ୍କ ଦକ୍ଷତା ଅନୁରୂପ ନୁହେଁ। ଯଦି ତୁମେ ଭାରତରେ ରନ କରିବ ନାହିଁ, ନିଶ୍ଚିତ ରୂପେ ସମାଲୋଚନା ଶୁଣିବ। ରାହୁଲ କେବଳ ଏକ ମାତ୍ର ଖେଳାଳି ନୁହନ୍ତି। ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ ପରିବେଶରେ ବି ଫର୍ମ ହରାଇଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

ସେ କହିଛନ୍ତି, ଜଣେ ଖେଳାଳି ଉପରେ ବହୁତ ଚାପ ରହିଥାଏ। ଦଳ ପ୍ରବନ୍ଧକଙ୍କ ଅନୁଯାୟୀ  ରାହୁଲ ଦଳର ଜଣେ ପ୍ରମୁଖ ଖେଳାଳି। ତେବେ ଅଧିନାୟକ ଏବଂ କୋଚ୍ ତାଙ୍କୁ ନେଇ କଣ ଭାବୁଛନ୍ତି ତାହା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଭାରତ ପାଇଁ ୧୧୩ ଟେଷ୍ଟ ଏବଂ ୩୧୧ ଦିନିକିଆ ଖେଳିଥିବା ଗାଙ୍ଗୁଲି କହିଛନ୍ତି।

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ କେଏଲ ରାହୁଲ କିଛି ସ୍ମରଣୀୟ ଇନିଂସ ଖେଳିଛନ୍ତି। ସ୍ଵାଭାବିକ ଭାବେ ଲୋକେ ରାହୁଲଙ୍କ ପରି ପ୍ରତିଭାଶାଳୀ ଖେଳାଳିଙ୍କଠୁ ଭଲ ପ୍ରଦର୍ଶନ ଆଶା କରିବେ। ଗତ ନଅ ବର୍ଷରେ ରାହୁଲ ମାତ୍ର ପାଞ୍ଚଟି ଶତକ  ହାସଲ କରିଛନ୍ତି। ଭାରତର ଶୀର୍ଷ କ୍ରମର ବ୍ୟାଟର ନିଜ ପ୍ରଦର୍ଶନକୁ ଏମିତି ସ୍ତରକୁ ନେଇଛନ୍ତି ଯେ, ରାହୁଲଙ୍କଠୁ ମଧ୍ୟ ଏମିତି ଆଶା କରାଯାଉଛି।

wp:heading {"level":4}

ଏ ଖବର ପଢନ୍ତୁ- ରାହୁଲଙ୍କ ହାତରୁ ବଡ଼ ଦାୟିତ୍ୱ ଛଡ଼ାଇ ନେଲା ବିସିସିଆଇ, ଖରାପ ପ୍ରଦର୍ଶନ ଯୋଗୁଁ ନେଲା ନିଷ୍ପତ୍ତି

/wp:heading

ଯେତେବେଳେ ତୁମେ ବାରମ୍ବାର ବିଫଳ ହେବ ତେବେ ସମାଲୋଚନା ତ ହେବ। ମୁଁ ନିଶ୍ଚିତ ଯେ ରାହୁଲଙ୍କ ନିକଟରେ ଭଲ କ୍ରିକେଟ୍ ଖେଳିବାର ସାମର୍ଥ୍ୟ ରହିଛି ଏବଂ ତାଙ୍କୁ ଅଧିକ ସୁଯୋଗ ମିଳିଲେ ସେ ଭଲ ପ୍ରଦର୍ଶନ କରିବେ। ଏଥିପାଇଁ ରାହୁଲଙ୍କୁ ରନ କରିବା ଦିଗ ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.