scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାହୁଲ ଗାନ୍ଧୀ, କ୍ଷମା ଦାବି କଲା ବିଜେପି; କହିଲା- ଅତୀତରୁ ଶିଖନ୍ତୁ କଂଗ୍ରେସ ନେତା

21/11/2023 at 7:47 PM

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ପରାଜୟ ପାଇଁ ପିଏମ୍ ମୋଦୀଙ୍କୁ ସେ ଦାୟୀ କରିଛନ୍ତି । ଏହାପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କଂଗ୍ରେସ ନେତାଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା ଶବ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତା ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦ ଦାବି କରିଛନ୍ତି ।

ବିଜେପି ସାଂସଦ କହିଛନ୍ତି, ‘ପିଏମ୍ ମୋଦୀ ସବୁ ଖେଳାଳିଙ୍କୁ ଭେଟି ସେମାନଙ୍କୁ ମନୋବଳ ବଢାଇଲେ । ଖେଳରେ ବିଜୟ କିମ୍ୱା ପରାଜୟ ମିଳେ । ଆପଣ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରୁଛନ୍ତି । ଏହି ବୟାନ ପାଇଁ କ୍ଷମା ମାଗିବା ଦରକାର । କଂଗ୍ରେସ ନେତାଙ୍କୁ ଅତୀତକୁ ଶିକ୍ଷା ନେଇ ପରାମର୍ଶ ଦେଇ ସେ କହିଛନ୍ତି ଯେ ଆପଣଙ୍କୁ ଅତୀତରୁ ଶିକ୍ଷା ନେବା ଦରକାର । ଆପଣଙ୍କ ମାଆ ସୋନିଆ ଗାନ୍ଧୀ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ପାଇଁ ମୃତ୍ୟୁର ସୌଦାଗର ଶବ୍ଦ ବ୍ୟବହାର କରିଥିଲେ’।

ପଢନ୍ତୁ: ଆମ ପିଲା ବିଶ୍ୱକପ୍‌ ଜିତିଥାନ୍ତେ, କିନ୍ତୁ ‘ପନୌତି’ ହରାଇଦେଲା: ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଡମେରରେ ଏକ ରାଲିକୁ ସମ୍ୱୋଧିତ କରି ୱାର୍ଲଡ କପ୍ ଫାଇନାଲରେ ପିଏମ୍ ମୋଦୀଙ୍କ ଉପସ୍ଥିତିକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୀତିକ ଦଳଙ୍କ ମଧ୍ୟରେ ପ୍ରଚାର ଚାଲିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କରୋଲୀରେ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସ ଉପରେ ବର୍ଷିଥିଲେ । ରାଜସ୍ଥାନରୁ କଂଗ୍ରେସ ବିଦା ହେବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କଂଗ୍ରେସର ଯାଦୁଗର ସାହେବ ଏବେ କିଛି ପାଇଁ ଚୌକିରେ ଅଛନ୍ତି । କରୋଲୀ ଓ ଧୋଳପୁର ଯାଦୁଗରଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଏହା ସେ ନାରା ଦେଇଛନ୍ତି, ‘ତିନି ଡିସେମ୍ୱର- ଯାଦୁଗର ହିଁ ଛୁମନ୍ତର, ତିନି ଡିସେମ୍ୱର-କଂଗ୍ରେସ ହିଁ ଛୁମନ୍ତର’।

   Related Posts