Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ- ୨୦୧୪ ପୂର୍ବରୁ ‘ଲିଚିଙ୍ଗ’ ଶବ୍ଦ ଶୁଣିବାକୁ ମିଳୁନଥିଲା

21/12/2021 at 5:18 PM

ନୂଆଦିଲ୍ଲୀ ୨୧।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭିଡ ଦ୍ଵାରା ହିଂସା(ମବ ଲିଚିଂ)କୁ ନେଇ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ପଞ୍ଜାବ ଓ ଅନ୍ୟ ସ୍ଥାନରେ ଭିଡ ଦ୍ଵାରା ପିଟି ପିଟି ହତ୍ୟା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ହେବା ପୂର୍ବରୁ ‘ଲିଚିଙ୍ଗ’ ଶବ୍ଦ ଶୁଣିବାକୁ ମିଳୁନଥିଲା। ରାହୁଲ ଟ୍ଵିଟ୍ କରି ହ୍ୟାସଟ୍ୟାଗ୍ ସହ ‘ଥ୍ୟାଙ୍କ୍ୟୁ ମୋଦୀ ଜୀ’ ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ପଞ୍ଜାବର କପୁରଥଲାର ନିଜାମପୁର ଗାଁରେ ଏକ ଗୁରୁଦ୍ଵାରରେ ଶିଖ ଧର୍ମର ‘ନିଶାନ ସାହିବ’ର ଅପବିତ୍ର କରୁଥିବା ଅଭିଯୋଗରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଭିଡ ପିଟି ପିଟି ହତ୍ୟା କରିଥିଲେ। ଏହା ପୂର୍ବରୁ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ଶନିବାର ସମାନ ଘଟଣାକୁ ନେଇ ଭିଡ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍ ଉପରେ ପ୍ରତିକ୍ରିୟା ଦେଇ ବିଜେପି ଆଇଟି ସେଲ୍ ପ୍ରଭାରୀ ଅମିତ୍ ମାଲଭୀୟ କହିଛନ୍ତି, ଶିଖଙ୍କ ରକ୍ତପାତକୁ ସଠିକ୍ ଦର୍ଶାଇ ମବ୍ ଲିଚିଙ୍ଗର ଜନକ ରାଜୀବ ଗାନ୍ଧୀଙ୍କୁ ଭେଟନ୍ତୁ। କଂଗ୍ରେସ ସଡକକୁ ଓହ୍ଲାଇ ରକ୍ତର ପ୍ରତିଶୋଧ ରକ୍ତରେ ନେବାର ନାରା ଦେଉଥିଲା। ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିଲା, ଶିଖ ପୁରୁଷଙ୍କ ବେକରେ ଜଳନ୍ତା ଟାୟାର ଲଦି ଦିଆଯାଉଥିଲା। ଡ୍ରେନରେ ଫିଙ୍ଗା ଯାଇଥିବା ଅର୍ଦ୍ଧଦଗ୍ଧ ମୃତଶରୀରକୁ କୁକୁର ଖାଉଥିଲା। ମାଲଭୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ମାଲଭୀୟ ଆଉ ଏକ ଟ୍ଵିଟ୍ କରି କହିଛନ୍ତି, ଅହମ୍ମଦାବାଦ(୧୯୬୯), ଜଲଗାଓଁ(୧୯୭୦), ମୁରାଦାବାଦ(୧୯୮୦),  ନେଲ୍ଲୀ(୧୯୮୩),ଭିମ୍ବଡି(୧୯୮୪), ଦିଲ୍ଲୀ(୧୯୮୪), ଅହମ୍ମଦାବାଦ(୧୯୮୫),  ହାଇଦ୍ରାବାଦ(୧୯୯୦), କାନପୁର(୧୯୯୨), ମୁମ୍ବାଇ(୧୯୯୩)… ଏହା ଏକ ଛୋଟ ତାଲିକା, ଯେଉଁଥିରେ ନେହେରୁ-ଗାନ୍ଧୀ ପରିବାରଙ୍କ ନିରୀକ୍ଷଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

   Related Posts