ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବେ ରାହୁଲ ଗାନ୍ଧୀ, ଶିବିରରେ ପୀଡ଼ିତଙ୍କୁ ଭେଟିବେ

Published By : Prameya-News7 Bureau | June 27, 2023 IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବେ। ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ଜୁନ ୨୯-୩୦ ତାରିଖରେ ରହିଛି। କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି, ରାହୁଲ ଗାନ୍ଧୀ ରାଜ୍ୟରେ ତିଆରି ହୋଇଥିବା ରିଲିଫ୍ କ୍ୟାମ୍ପ ଗସ୍ତ କରିବେ। ଏହା ବ୍ୟତୀତ ଇମ୍ଫାଲ ଏବଂ ଚୁରାଚାନ୍ଦପୁରରେ ସିଭିଲ୍ ସୋସାଇଟିର ପ୍ରତିନିଧିଙ୍କୁ ଭେଟିବେ।

wp:html /wp:html

କେସ ବେଣୁଗୋପାଳ ଟୁଇଟ୍ କରିଛନ୍ତି, ମଣିପୁର ଗତ ୨ ମାସ ହେବ ଜଳୁଛି। ମଣିପୁରକୁ ଚିକିତ୍ସାର ଆବଶ୍ୟକତା ରହିଛି, ଯଦ୍ଵାର ଲୋକେ ହିଂସା ଛାଡ଼ି ଶାନ୍ତି ଆଡ଼କୁ ବଢି ପାରିବେ। ଏହା ମାନବୀୟ ସଙ୍କଟ। ଆମର ଦାୟିତ୍ଵ ଆମକୁ ଘୃଣା ନୁହେଁ ଭଲ ପାଇବାର ଶକ୍ତି ଦେବାର ଅଛି।

ସୂଚନାଯୋଗ୍ୟ, ମଣିପୁରରେ ମେ ୩ରୁ ମେତେଇ ଏବଂ କୁକି ସମୁଦାୟ ମଧ୍ୟରେ ହିଂସକ ସଂଘର୍ଷ ଜାରି ରହିଛି। ଏହା ପରଠୁ ମଣିପୁର ଜାତିଆଣ ହିଂସାରେ ଜଳୁଛି। ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ମାମଲାରେ ନିରବତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଟାର୍ଗେଟ୍ କରି ଆସିଛି। ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇ ମଣିପୁର ସ୍ଥିତିର ଆଲୋଚନା କରିଛନ୍ତି।

Rahul Gandhi to visit violence-hit Manipur on June 29

ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ଗୋଟିଏ ପଟେ ଉତ୍ତର ପୂର୍ବ ରାଜ୍ୟ ମଣିପୁର ହିଂସାରେ ଜଳୁଥିବା ବେଳେ ପିଏମ ମୋଦୀ ନିରବ ରହିଛନ୍ତି। ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରଭାବହୀନ ହୋଇ ସାରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ବିରେନ ସିଂ କାମ କରୁ ନାହାନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.