ଓ୍ୱାୟନାଡ ସିଟ୍ ଛାଡ଼ିବେ ରାହୁଲ ଗାନ୍ଧୀ ! ରାୟବରେଲିରୁ ହେବେ ସାଂସଦ

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ବିଜେପି ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନ ଛାଡିପାରନ୍ତି।

ବିଶେଷ ସୂତ୍ରରୁ ଖବର ଅନୁଯାୟୀ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଇବରେଲି ଆସନରୁ ସଂସଦ ଯାତ୍ରା କରିବେ। ସୂଚନାନୁସାରେ, ରାୟବରେଲିରେ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନ ଅଧିକ। ଏହା ସହିତ ଏହା ମଧ୍ୟ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୂର୍ବତନ ସଂସଦୀୟ ଆସନ।

ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡ ଲୋକସଭା ଆସନରୁ ଜିତିଛନ୍ତି। ଏଠାରେ ସେ ସିପିଆଇର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନି ରାଜାଙ୍କୁ 3.64 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥର ସେ ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ ମଧ୍ୟ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

ଲୋକସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ସେ କହିଥଲେ ଯେ "ମୁଁ ଉଭୟ ରାୟବରେଲି ଏବଂ ୱାୟନାଡ ଆସନ ଜିତିଛି। ମୁଁ ଉଭୟ ଲୋକସଭା ଆସନର ଭୋଟରଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ କହିଥିଲେ ମୁଁ ପ୍ରଥମେ ଆଲୋଚନା କରିବି ଏବଂ ପରେ ମୁଁ କେଉଁ ଆସନ ରଖିବି ତାହା ସ୍ଥିର କରିବି।"

ଏହି ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସଂଖ୍ୟାଗରିଷ୍ଠତା ପାଇ ନଥାଇ ପାରନ୍ତି, କିନ୍ତୁ ସେମାନେ ଏନଡିଏ ସହ ଟକ୍କର ଦେଇଛନ୍ତି। ଦେଶର ୫୪୩ ଲୋକସଭା ଆସନ ମଧ୍ୟରୁ ଏନଡିଏ ୨୯୩ଟି ଆସନ, ଇଣ୍ଡିଆନ ଆଲାଇନ୍ସ ୨୩୪ଟି ସିଟ୍ ଏବଂ ଅନ୍ୟମାନେ ୧୬ଟି ସିଟ୍ ଜିତିଛନ୍ତି।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.