Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତ ଯୋଡୋ ଯାତ୍ରା ଅଧାରୁ ଓହରିଯିବାକୁ ଭାବୁଥିଲେ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି?

12/02/2023 at 5:06 PM

  • ଏକ ସମୟରେ ଯାତ୍ରାରେ ଏପରି ପରିସ୍ଥିତି ଉପୁଜିଥିଲା ଯେ ରାହୁଲ ଯାତ୍ରାର ନେତୃତ୍ୱ ଆଉ କାହା ଉପରେ ନ୍ୟସ୍ତ କରିବାକୁ ବିଚାର କରୁଥିଲେ
  • ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ରାହୁଲ ଯାତ୍ରାର ଦାୟିତ୍ୱ ଆଉ କାହା ଉପରେ ନ୍ୟସ୍ତ କରି ଓହରିଯିବାକୁ ଚାହୁଁଥିଲେ
  • ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ କହିବାକୁ ପଡିଥିଲା ଯେ ମୋ ଭାଇ ଆଉ ଅଧିକ ବାଟ ଚାଲିପାରିବେନି

ନୂଆଦିଲ୍ଲୀ ୧୨।୨: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ ଭାରତ ଯୋଡୋ ଯାତ୍ରା ପୁରା କରିବା ଲାଗି ରାହୁଲ ଗାନ୍ଧିଙ୍କ ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଯାତ୍ରାର ପ୍ରାରମ୍ଭିକ ଦିନଗୁଡିକ ମନେ ପକାଇ ବେଣୁଗୋପାଲ କହିଛନ୍ତି ଯେ ଏକ ସମୟରେ ଯାତ୍ରାରେ ଏପରି ପରିସ୍ଥିତି ଉପୁଜିଥିଲା ଯେ ରାହୁଲ ଯାତ୍ରାର ନେତୃତ୍ୱ ଆଉ କାହା ଉପରେ ନ୍ୟସ୍ତ କରିବାକୁ ବିଚାର କରୁଥିଲେ। ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ରାହୁଲ ଯାତ୍ରାର ଦାୟିତ୍ୱ ଆଉ କାହା ଉପରେ ନ୍ୟସ୍ତ କରି ଓହରିଯିବାକୁ ଚାହୁଁଥିଲେ ବୋଲି ବେଣୁଗୋପାଲ କହିଛନ୍ତି।

କେ.ସି.ବେଣୁଗୋପାଲ

ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ପାଖାପାଖି ନେତା ବେଣୁଗୋପାଲ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରାରେ ଏପରି ସ୍ଥିତି ସୃଷ୍ଟି ହୋଇଯାଇଥିଲା ଯେ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ କହିବାକୁ ପଡିଥିଲା ଯେ ମୋ ଭାଇ ଆଉ ଅଧିକ ବାଟ ଚାଲିପାରିବେନି। ଏଣୁ ରାଷ୍ଟ୍ରବ୍ୟାପୀ ପଦଯାତ୍ରାରୁ ତାଙ୍କ ଭାଇ ହଟି ପାରନ୍ତି ବୋଲି ପ୍ରିୟଙ୍କା କହିଥିଲେ। ଫଳରେ ଯାତ୍ରାର ଦାୟିତ୍ୱ ବରିଷ୍ଠ ନେତାଙ୍କ ଉପରେ ନ୍ୟସ୍ତ କରିବା ଲାଗି ଦଳରେ ବିଚାରବିମର୍ଷ ମଧ୍ୟ ଆରମ୍ଭ ହୋଇଯାଇଥିଲା ବୋଲି ବେଣୁ ଗୋପାଲ କହିଛନ୍ତି।

  • ଯାତ୍ରା କନ୍ୟା କୁମାରୀରୁ ଆରମ୍ଭ ହେବାର ୩ ଦିନ ପରେ କେରଳକୁ ପ୍ରବେଶ କରିଥିଲା ସେଦିନ ରାହୁଲଙ୍କ ଆଣ୍ଠୁରେ ଯନ୍ତ୍ରଣା ସୀମା ପାର କରିଥିଲା
  • ରାହୁଲ ଗାନ୍ଧିଙ୍କ ବିନା ଭାରତ ଯୋଡୋ ଯାତ୍ରା କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ନିମନ୍ତେ ଅକଳ୍ପନୀୟ ଥିଲା
  • ଏଣୁ ରାହୁଲଙ୍କ ସୁସ୍ଥତା ସମସ୍ତେ କାମନା କରୁଥିଲେ

ସେ କହିଛନ୍ତି ଯେ ଯେତେବେଳେ ଯାତ୍ରା କନ୍ୟା କୁମାରୀରୁ ଆରମ୍ଭ ହେବାର ୩ ଦିନ ପରେ କେରଳକୁ ପ୍ରବେଶ କରିଥିଲା ସେଦିନ ରାହୁଲଙ୍କ ଆଣ୍ଠୁରେ ଯନ୍ତ୍ରଣା ସୀମା ପାର କରିଥିଲା। ଏଣୁ ସେ ମୋତେ ଡକାଇ ଆଣ୍ଠୁ ଯନ୍ତ୍ରଣା ସମ୍ପର୍କରେ କହିବା ସହିତ ଅନ୍ୟ କୌଣସି ବରିଷ୍ଠ ନେତାଙ୍କ ନେତୃତ୍ୱରେ ଯାତ୍ରାକୁ ଆଗକୁ ବଢାଇବାକୁ ପରାମର୍ଶ ଦେଇଥିଲେ। ପୁରା ଘଟଣାକ୍ରମର ସୂଚନା ଦେଇ ବେଣୁଗୋପାଲ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ବିନା ଭାରତ ଯୋଡୋ ଯାତ୍ରା କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ନିମନ୍ତେ ଅକଳ୍ପନୀୟ ଥିଲା। ଏଣୁ ରାହୁଲଙ୍କ ସୁସ୍ଥତା ସମସ୍ତେ କାମନା କରୁଥିଲେ ବୋଲି ବେଣୁଗୋପାଲ କହିଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦକ କହିଛନ୍ତି ଯେ ରାହୁଲଙ୍କ ଆଣ୍ଠୁ ଯନ୍ତ୍ରଣା ଅତ୍ୟଧିକ ହେବା ଯୋଗୁ ଶେଷରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଡକାଯାଇଥିଲା। ତାଙ୍କ ଚିକିତ୍ସାରେ ରାହୁଲଙ୍କ ଆଣ୍ଠୁ ଯନ୍ତ୍ରଣା ଧିରେ ଧିରେ ଦୂର ହୋଇଥିଲା ଓ କଂଗ୍ରେସର ଯାତ୍ରାରେ ଉପୁଜିବାକୁ ଥିବା ସମସ୍ୟା କ୍ରମଶଃ ସମାଧାନ ହେବା ସହ ରାହୁଲ ପାଦରେ ଚାଲିଚାଲି ସାରା ଦେଶ ଅତିକ୍ରମ କରିବାକୁ ସକ୍ଷମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଯାତ୍ରା କେରଳରେ ଥିବା ବେଳେ ଆଣ୍ଠୁ ଯନ୍ତ୍ରଣା ସମ୍ପର୍କରେ କଂଗ୍ରେସର ସବୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଜଣ ଜଣ କରି ସୂଚିତ କରିଥିଲେ। ଏହା ସତ୍ତ୍ୱେ ଯାତ୍ରା୧୩୬ ଦିନ କାଳ ଚାଲିବା ସହିତ ରାହୁଲ ପାଦରେ ଚାଲି ୪ ହଜାର କିଲୋମିଟର ଅତିକ୍ରମ କରିଥିଲେ। ଏହି କାଳରେ ଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ପ୍ରଦେଶର ୭୫ ଜିଲ୍ଲା ହେଇ ଅତିକ୍ରମ କରିଥିଲା।       

   Related Posts