ଚୀନ୍ ସହ ଭାରତ ସରକାର ଚେମ୍ବର୍ଲିନ ଭଳି ବ୍ୟବହାର କରୁଛନ୍ତି : ରାହୁଲ ଗାନ୍ଧି

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୭: ସୀମା ପ୍ରସଙ୍ଗରେ ଚୀନ୍‌ ପ୍ରତି ଭାରତ ସରକାରଙ୍କ ମନୋଭାବକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଚେମ୍ବର୍ଲିନଙ୍କ ସହ ତୁଳନା କରିଛନ୍ତି। ରାହୁଲ ଶନିବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରି ସରକାରଙ୍କର ଏପରି ଉଦାରତା ଲାଗି ହୁଏତ ଦେଶ ଆଗକୁ ବହୁମୂଲ୍ୟ ଦେଇପାରେ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

wp:html /wp:html

ସରକାରଙ୍କ ଏଭଳି ବ୍ୟବହାର ଯୋଗୁ ଚୀନ୍‌କୁ ଆହୁରୀ ସାହାସ ମିଳିବ ଓ ସେ ଆମ ସୀମା ମାଡିବସିବ ବୋଲି ରାହୁଲ ସତର୍କ କରାଇଛନ୍ତି। କେନ୍ଦ୍ର ସରକାରଙ୍କୁ ସତର୍କ କରିବା ଲାଗି ରାହୁଲ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଚେମ୍ବର୍ଲିନଙ୍କ ଉଦାହରଣ ଦେବାକୁ ମଧ୍ୟ ପଛେଇ ନାହାନ୍ତି ରାହୁଲ। ୧୯୩୦ ମସିହାରେ ଚେମ୍ବର୍ଲିନ୍‌ ଜର୍ମାନ ନାଜି ସରକାରଙ୍କ ତୁଷ୍ଟିକରଣ ଲାଗି ସେ ଅସଫଳ ନୀତି ଆପଣାଇଥିଲେ। ଯାହା ପରେ ବ୍ରିଟେନ୍‌କୁ  ବିଶ୍ୱଯୁଦ୍ଧରେ ଚୁକ୍ତା କରିବାକୁ ପଡିଥିଲା।

{"id":302261,"sizeSlug":"large"}

ରାହୁଲ ତାଙ୍କର ଏହି ଟ୍ୱିଟ୍‌ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ସନ୍ଦର୍ଭରେ ପୋଷ୍ଟ କରିଛନ୍ତି। ରାଜନାଥ ଭାରତ-ଚୀନ୍‌ ଉତ୍ତେଜନା ଏବେ ସୁଦ୍ଧା ସମାଧାନ ହୋଇଯିବା କଥା, ତେବେ କେଉଁ ପର୍ଯ୍ୟନ୍ତ ସମାଧାନ ହେବ ସେ ନେଇ କିନ୍ତୁ କିଛି କହିହେବନି ବୋଲି କହିଥିଲେ। ତେବେ ରାଜନାଥ ତାଙ୍କ ଭାଷଣରେ ଦେଶବାସୀଙ୍କୁ ଭାରତର ଏକ ଇଞ୍ଚ ଭୂମିକୁ ବି ଦୁନିଆର କୌଣସି ଶକ୍ତି ଛୁଇଁ ମଧ୍ୟ ପାରିବେନି ବୋଲି ଆଶ୍ୱାସନା ଦେଇଥିଲେ। ତେବେ ସରକାରଙ୍କ ମନଭାବରୁ ଚୀନ୍‌ ଅଧିକ ଫାଇଦା ନନେବ ତାହା କହି ହେଉନି ବୋଲି ରାହୁଲ ଟ୍ୱିଟ୍ ମାଧ୍ୟମରେ ସୂଚିତ କରିବାକୁ ଉଦ୍ୟମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.