ବଢ଼େଇମାନଙ୍କ ସହ ମିଶି କାମ କଲେ ରାହୁଲ ଗାନ୍ଧୀ, ସୋସିଆଲ୍ ମିଡିଆରେ ପୋଷ୍ଟ କରି କ’ଣ ଲେଖିଲେ କଂଗ୍ରେସ ନେତା ଜାଣନ୍ତୁ
28/09/2023 at 7:54 PM

ନୂଆଦିଲ୍ଲୀ: ଫର୍ଣ୍ଣିଚର ବଜାର ଯାଇ ରନ୍ଦା ମାରିଲେ, ପିରିକ ବାଡ଼େଇ ଶେଟିଂ କଲେ। କାଠମିସ୍ତ୍ରୀ ବେଶରେ କଂଗ୍ରେସ ନେତା ତଥା ୱାୟନଡ଼ ସାଂସଦ ରାହୁଲ ଗାନ୍ଧୀ। ଗୁରୁବାର(ସେପ୍ଟେମ୍ବର ୨୮) ନୂଆଦିଲ୍ଲୀର କିର୍ତ୍ତୀନଗର ଫର୍ଣ୍ଣିଚର ବଜାରକୁ ଯାଇ ଆଜି ମିସ୍ତ୍ରୀଙ୍କ ସହ ମିଶି କାଠ କାମ କରିଛନ୍ତି ରାହୁଲ ଗାନ୍ଧୀ। ଏଥିସହିତ ମିସ୍ତ୍ରୀ ଓ ଶ୍ରମିକଙ୍କ ସହ ମିଶି ଆଲୋଚନା କରିଛନ୍ତି। ଯାହାର ଭିଡିଓ ଓ ଫଟୋ କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ ଶେୟାର କରାଯାଇଛି।

ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ରାହୁଲ ଏକ ପୋଷ୍ଟ କରି ଲେଖିଛନ୍ତି “ମୁଁ ଆଜି ଏସିଆର ସବୁଠାରୁ ବଡ଼ ଫର୍ଣ୍ଣିଚର ବଜାର ଦିଲ୍ଲୀର କିର୍ତ୍ତୀନଗରକୁ ଯାଇଥିଲି। ବଢ଼େଇଭାଇମାନଙ୍କ ସହ ଆଲୋଚନା କରିଥିଲି। ସେମାନେ ଖୁବ୍ ପରିଶ୍ରମି ଓ ଚମତ୍କାରୀ କଳାକାର। ମଜଭୁତର ସହ ସୁନ୍ଦରତା ଗଢ଼ିବାରେ ଏମାନେ ମାହିର।” ଏହି ସମୟରେ ଫଟୋ ଶେୟାର କରି ରାହୁଲ ଲେଖିଛନ୍ତି “ ମୁଁ ସେମାନଙ୍କର କୌଶଳ ଜାଣିବାକୁ ଚେଷ୍ଟା କଲି। କିଛି ଶିଖିଲ ମଧ୍ୟ।”
दिल्ली के कीर्तिनगर स्थित एशिया के सबसे बड़े फर्नीचर मार्केट जाकर आज बढ़ई भाइयों से मुलाकात की।
— Rahul Gandhi (@RahulGandhi) September 28, 2023
ये मेहनती होने के साथ ही कमाल के कलाकार भी हैं – मज़बूती और खुबसूरती तराशने में माहिर!
काफ़ी बातें हुई, थोड़ा उनके हुनर को जाना और थोड़ा सीखने की कोशिश की। pic.twitter.com/ceNGDWKTR8
ରାହୁଲ ଗାନ୍ଧୀ ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନକୁ ଯାଇ କୁଲିମାନଙ୍କ ସହ ସାକ୍ଷାତ୍ କରିବା ସହ ବୋଝ ବି ବୋହିଥିଲେ। ସେମାନଙ୍କ ସହ ଆଲୋଚନା କରିବା ସହ କୁଲି ୟୁନିଫର୍ମ ପିନ୍ଧିଥିଲେ। ଯାହାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା।
ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି ଉପରେ ଉପରେ ପ୍ରଚାର ଜାରି ରଖିଥିବା ବେଳେ ରାହୁଲ ଗାନ୍ଧୀ ଲୋକଙ୍କ ପାଖକୁ ଯାଉଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛନ୍ତି। ହେଲେ ବିଜେପି ନେତାମାନେ ଖାସ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ କୌଣସି ପ୍ରଶ୍ନକୁ ସାମ୍ନା କରିବାକୁ ନାରାଜ। କେବଳ ତାଙ୍କୁ ସୁହାଇଲା ପ୍ରଶ୍ନର ଉତ୍ତର ସେ ଦେବେ ବୋଲି କଂଗ୍ରେସ ଅଭିଯୋଗ କରିଛି।
