vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଦଳ ବିଷୟରେ ନାହିଁ ଚିନ୍ତା; କଂଗ୍ରେସର ଅନ୍ତଃ କନ୍ଦଳ ସମୟରେ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

19/05/2022 at 7:50 PM

ନୂଆଦିଲ୍ଲୀ ୧୯/୦୫ : ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ପରିସ୍ଥିତି ବହୁତ ସଂକଟଜନକ ରହିଛି । ଏବର୍ଷ ଶେଷଭାଗରେ ଗୁଜୁରାଟରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସର ଯୁବ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ଦଳର ହାତ ଛାଡ଼ିଛନ୍ତି। ହାର୍ଦ୍ଦିକଙ୍କ ବ୍ୟତିତ ଗୁରୁବାର କଂଗ୍ରେସର ତୁଙ୍ଗ ନେତା ତଥା ପୂର୍ବତନ ଲୋକସଭା ସାଂସଦ ହାର୍ଦ୍ଦିକ ପଟେଲ ମଧ୍ୟ   ବିଜେପିରେ ଯୋଗ ଦେଇଛନ୍ତି। ଏପରି ସ୍ଥିତିରେ ଯେତେବେଳେ ଦେଶରେ ଦଳ ଦୋଦୁଲ୍ୟମାନ ପରିସ୍ଥିତିରେ ରହିଛି ସେହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ମଙ୍ଗୁଆଳ ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଗସ୍ତରେ ବାହାରି ଯାଇଛନ୍ତି।  

ସୂଚନାଥାଉକି, କଂଗ୍ରେସ ନିକଟ ଅତୀତରେ ଉଦୟପୁରରେ ଏକ ଚିନ୍ତନ ଶିବିରର ଆୟୋଜନ  କରିଥିଲା। କିନ୍ତୁ ଏହି ଶିବିର ପରେ ଏପରି ଲାଗୁଛିଯେ ରାହୁଲ ଦଳ ବାବଦର ସମସ୍ତ ଚିନ୍ତାକୁ ଭୁଲି ଯାଇଛନ୍ତି। ରାହୁଲଙ୍କର ଏବେ ଲଣ୍ଡନ ଗସ୍ତ ପରେ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଛି ।ରାହୁଲ ଗାନ୍ଧୀ କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟକୁ ‘ଆଇଡିଆଜ ଫର ଇଣ୍ଡିଆ’ ଶିର୍ଷକରେ ନିଜ ବିଚାର ବ୍ୟକ୍ତ କରିବା ପାଇଁ ଯାଇଛନ୍ତି ।   

କଂଗ୍ରେସର ମିଡିଆ ବିଭାଗର ପ୍ରମୁଖ ଓ ମହାସଚିବ ରଣଦୀପ ସୁରେଜୱାଲା କହିଛନ୍ତି ରାହୁଲ ଦେଶର ବର୍ତ୍ତମାନ ଓ ଭବିଷ୍ୟତର ବିଷୟରେ ପ୍ରବସୀ ଭାରତୀୟମାନଙ୍କ ସହିତ କଥାବର୍ତ୍ତା କରିବେ। ମେ ୨୩ ରେ ରାହୁଲ ଗାନ୍ଧୀଙ୍କର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ‘୭୫ କା ଭାରତ : ଏକ ଲଚିଲା ଆଧୁନିକ ଭାରତ କେଲିଏ ଚୁନୋଁତିଆଁ ଔର ଆଗେକି ରାସ୍ତା’ ବିଷୟରେ ସମ୍ବୋଧନ ଦେବେ ଓ ଆଲୋଚନା କରିବେ। ଲଣ୍ଡନରେ ଶୁକ୍ରବାର ‘ଆଇଡିଆଜ ଫର ଇଣ୍ଡିଆ’ କାର୍ଯ୍ୟକ୍ରମ ହେବାର ଅଛି। ସେ ଗୁରୁବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମରେ ଭାଗ ନେବାପାଇଁ କଂଗ୍ରେସ ନେତା ସଲମନ ଖୁର୍ସିଜଦ ଓ ପ୍ରିୟଙ୍କା ଖଡ଼ଗେ ଲଣ୍ଡନରେ ଅଛନ୍ତି । ଉଲ୍ଲେଖଯୋଗ୍ୟଯେ କୋଭିଡ ମହାମାରୀ ପରେ ଯାତ୍ରାରେ ସାମନ୍ୟ କୋହଳ ହେବାପରେ ରାହୁଲ ଗାନ୍ଧୀଙ୍କ ପାଇଁ ବିଦେଶରେ ଏଭଳି ଏହା ପ୍ରଥମ ଆୟୋଜନ ।

ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେବେଳେ କଂଗ୍ରେସରେ ଦେଶର ବିଭିନ୍ନ ରାଜ୍ୟରେ ଅନ୍ତଃ କନ୍ଦଳ ଲାଗି ରହିଛି। ପୂର୍ବରୁ ହାର୍ଦ୍ଦିକ ପଟେଲ ଗୁଜୁରାଟର କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସୁନୀଲ ଜାଖଡ଼ କଂଗ୍ରେସ ସହିତ ସମ୍ପର୍କ କାଟିଥିଲେ ।  

   Related Posts