କେଉଁ ଲୋକସଭା ଆସନ ଛାଡିବେ ରାହୁଲ ଗାନ୍ଧୀ ? ଜୁନ୍‌ ୧୨ରେ ହେବ ଫୈସଲା...

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ ୧୦।୦୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁନ୍‌ ୧୨ ତାରିଖରେ ନିଜର ଦୁଇଟି ସଂସଦୀୟ  ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ । ଆଉ ସେଠାରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀଙ୍କୁ ଧନ୍ୟବାଦ୍‌ ଦେବେ । ହେଲେ ସେହି ଦିନ ଗୋଟିଏ ଲୋକସଭା (ଓ୍ୱାୟନାଡ୍‌) ଆସନକୁ ଛାଡିବା ଲାଗି ଘୋଷଣା ବି କରିବେ । 

ରିପୋର୍ଟ ମୁତାବିକ, ରାହୁଲ ଗାନ୍ଧୀ ଚଳିତ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ଲଢିଥିଲେ । ଗୋଟିଏ ଉତ୍ତର ପ୍ରଦେଶରେ ରାୟବରେଲି ହୋଇଥିବା ବେଳେ ଅନ୍ୟଟି କେରଳର ଓ୍ୱାଇନାଡ୍‌ ସିଟ୍‌ । ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ଆସନରେ ବହୁମତରେ ବିଜୟୀ ହୋଇଥିଲେ ରାହୁଲ ଗାନ୍ଧୀ । ତେଣୁ ଦୁଇଟି ଆସନରେ ଜଣେ ସାଂସଦ ରହିପାରିବେନାହିଁ । ତେଣୁ ଗୋଟିଏ ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧୀ । ତେବେ ରାୟବରେଲି ସିଟ୍‌ଟି ପାରିବାରିକ ଆସନ । ତେଣୁ ଏହି ସିଟ୍‌ରୁ ଇସ୍ତଫା ଦେବାକୁ ଅମଙ୍ଗ ଉଭୟ କଂଗ୍ରେସ ହାଇକମାଣ୍ଡ ଏବଂ ରାହୁଲ୍‌ ଗାନ୍ଧୀ । ଏହା ପରିବର୍ତ୍ତେ ଓ୍ୱାଇନାଡ୍‌ ଆସନକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧୀ ।ଯେଉଁଥି ଲାଗି କେରଳର ଓ୍ୱାଇନାଡ୍‌ ଏବଂ ମଲ୍ଲପୁରମ୍‌ରେ ଏକ ନିର୍ବାଚନୀ ସଭାରେ ଆୟୋଜନ କରାଯାଇଛି । ଯେଉଁଠାରେ ରାହୁଲ୍‌ ଗାନ୍ଧୀ ଏହି ଘୋଷଣା କରିବେ । 

ସେପଟେ ମିଳିଥିବା ଖବର ଅନୁସାରେ, ଓ୍ୱାଇନାଡ୍‌ ଆସନକୁ ରାହୁଲ୍‌ ଛାଡିବା ପରେ ଏଠାରୁ ପ୍ରିୟଙ୍କ ଗାନ୍ଧୀଙ୍କୁ ନିର୍ବାଚନ ଲଢିବାକୁ ଦଳର ହାଇକମାଣ୍ଡ ଚାହୁଁଛନ୍ତି । କାହିଁକି ନା ଦଳ ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି । ତେବେ ଦେଖାଯାଉ ପ୍ରିୟଙ୍କା ଏହି ଆସନରୁ ନିର୍ବାଚନ ଲଢୁଛନ୍ତି କି ନାହିଁ ?    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.