previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ତୀର୍ଥଯାତ୍ରାରେ କୈଳାସ ମାନସରୋବର ଯିବେ ରାହୁଲ

30/08/2018 at 2:51 AM

ନୂଆଦିଲ୍ଲୀ ୩୦।୮ :  ତୀର୍ଥଯାତ୍ରାରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତାକାଲି କୈଳାସ ମାନସରୋବର ଯାଉଛନ୍ତି ରାହୁଲ । ସେଠାରେ ସେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାରକୁ ଯାଉଥିବା ବେଳେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ମଝି ଆକାଶରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ବିପଦରୁ ବର୍ତ୍ତିବା ପରେ ରାହୁଲ ଗାନ୍ଧି କୈଳାସ ମାନସରୋବର ଯାଇ ପୂଜାର୍ଚ୍ଚନା କରିବେ ବୋଲି କହିଥିଲେ। ସୂଚନା ଅନୁସାରେ ରାହୁଲ ଗାନ୍ଧି ତିବ୍ବତ ଓ ଚୀନ୍‌ ଦେଇ ଏହି ପବିତ୍ର ଶୈବ ପୀଠ କୈଳାସ କୁ ଯାତ୍ରା କରିବେ।

ଜୁନ୍‌ ମାସରେ ରାହୁଲ କୈଳାସ ମାନସରୋବର ଯିବାକୁ ଚାହୁଁଥିଲେ। କିନ୍ତୁ ଶ୍ରଦ୍ଧାଳୁ ତାଲିକାରେ ରାହୁଲଙ୍କ ନାଁ ନଥିଲା। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ, ରାହୁଲ ଗାନ୍ଧି କୈଳାସ ମାନସରୋର ଯିବାକୁ ଚାହୁଁଥିବା ନେଇ  କୌଣସି ପ୍ରକାର ଆବେଦନ କରିନାହାନ୍ତି। ତେଣୁ ସେ କୈଳାସ ମାନସରୋବର ଯାଇ ପାରିବେ ନାହିଁ। କିନ୍ତୁ ଏବେ ରାହୁଲ ଅଗଷ୍ଟ ୩୧ରେ କୈଳାସ ମାନସରୋବର ଯିବେ ବୋଲି ଜଣାପଡ଼ିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

 

   Related Posts