Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

କେମ୍ବ୍ରିଜ୍‌ରେ ପୁଣି ଥରେ ଭାଷଣ ଦେବେ ରାହୁଲ, ଗଣତନ୍ତ୍ର ଏବଂ ଭାରତ-ଚୀନ ସମ୍ପର୍କ ଉପରେ କରିବେ ଆଲୋଚନା

16/02/2023 at 8:54 PM

ନୂଆଦିଲ୍ଲୀ, ୧୬/୦୨: ପୁଣି କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଭାଷଣ ଦେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ପାଇଁ ଚଳିତ ମାସରେ ରାହୁଲଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ରାହୁଲ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବିଜନେସ୍‌ ସ୍କୁଲରେ ଭୂ-ରାଜନୀତି, ଭାରତ-ଚୀନ ସମ୍ପର୍କ, ବିଗ୍ ଡାଟା ଏବଂ ଗଣତନ୍ତ୍ର ଭଳି ପ୍ରସଙ୍ଗ ଉପରେ ମତ ରଖିବେ । ଏନେଇ ରାହୁଲ ଗାନ୍ଧୀ ଟ୍ବିଟ୍ କରି ସୂଚନା ଦେବା ସହ ନିଜ ପୁରୁଣା ସଂସ୍ଥାନ କେମ୍ବ୍ରିଜ୍ ୟୁନିଭର୍ସିଟି ଯିବାକୁ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

ଏହା ପୂର୍ବରୁ କେମ୍ବ୍ରିଜ୍ ୟୁନିଭର୍ସିଟି ମଧ୍ୟ ଟ୍ବିଟ୍‌ କରି ରାହୁଲ୍‌ ଚଳିତ ମାସ ଶେଷ ସୁଦ୍ଧା ଆସିବେ ବୋଲି କହିଥିଲା । ରାହୁଲ, ଶ୍ରୁତି, କପିଳାଙ୍କ ସହ ବିଗ୍‌ ଡାଟା ଆଣ୍ଡ୍ ଡେମୋକ୍ରାସୀ ଏବଂ ଭାରତ ଓ ଚୀନ ସଂପର୍କକୁ ନେଇ କଥାବାର୍ତ୍ତା ହେବେ ବୋଲି କେମ୍ବ୍ରିଜ୍ ୟୁନିଭର୍ସିଟି କହିଛି । ଗତବର୍ଷ ମେ ମାସରେ ରାହୁଲ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଭାଷଣ ଦେବାକୁ ଯାଇଥିଲେ । ଏହି ସମୟରେ ତାଙ୍କର କିଛି ଭାଷଣକୁ ନେଇ ମଧ୍ୟ ବିବାଦ ହୋଇଥିଲା ।

ସେତେବେଳେ ରାହୁଲ କେମ୍ବ୍ରିଜ୍ ୟୁନିଭର୍ସିଟିରେ ‘ଆଇଡିଆ ଅଫ୍ ଇଣ୍ଡିଆ’ କନଫରେନ୍ସିଂରେ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତରେ ସଂସଦ ଏବଂ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ କାମ କରିବାକୁ ଦେଉନାହାଁନ୍ତି । ଆଉ ରାହୁଲଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଥିଲା । ବିଜେପି ରାହୁଲ ଏବଂ କଂଗ୍ରେସକୁ ଘେରିଥିଲା ।

ଏହି ସମୟରେ ରାହୁଲ ଭାରତରେ ବଢ଼ୁଥବା ବେକାରୀ, ଚୀନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଥିଲା । ସେ ଭାରତର ତୁଳନା ୟୁରୋପ ସହ କରିଥିଲେ । ସେ କଂଗ୍ରେସର ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ ଏବଂ କହିଥିଲେ ଭାରତ ରାଜନୀତିରେ ପରିବର୍ତ୍ତନ ଦେଖିବାକୁ ଚାହୁଛି । ଅଧିକରୁ ଅଧିକ ଯୁବକଙ୍କୁ ସୁଯୋଗ ଦେବାକୁ ଚାହୁଛି ବୋଲି ସେ କହିଥିଲେ ।

   Related Posts