AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

୨୦୨୪  ଲୋକସଭା ନିର୍ବାଚନ; ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧି, ଜାତୀୟ ଗଣମାଧ୍ୟମରେ କମଲନାଥଙ୍କ ଘୋଷଣା

30/12/2022 at 10:37 PM

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧି । କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଶୁକ୍ରବାର ନ୍ୟୁଜ୍ ଏଜେନ୍ସି ପିଟିଆଇ ସାକ୍ଷାତକାର ଦେଇଛି, ରାହୁଲ ଗାନ୍ଧି ବିରୋଧ ଦଳର ଚେହେରା ହେବେ ବୋଲି କହିଛନ୍ତି ।  

ବିଶ୍ବରେ କୌଣସି ନେତା ଏତେ ଲମ୍ବା ପଦଯାତ୍ରା କରିନାହାନ୍ତି । ଇତିହାସରେ ରାହୁଲ ଗାନ୍ଧି ପ୍ରଥମ ନେତା ଯିଏ ଏତେ ଲମ୍ବା ପଦଯାତ୍ରା କରୁଛନ୍ତି। ଗାନ୍ଧି ପରିବାର ବ୍ୟତୀତ ଅନ୍ୟ କୌଣସି ପରିବାର ଦେଶ ପାଇଁ ଏଭଳି ବଳିଦାନ ଦେଇନାହାନ୍ତି । କମଲନାଥ କହିଛନ୍ତି, ରାହୁଲ ଗାନ୍ଧି ରାଜନୀତି କରୁନାହାନ୍ତି, ବରଂ ଦେଶବାସୀଙ୍କ ହକ୍ ପାଇଁ ଲଢେଇ କରୁଛନ୍ତି । ଲୋକଙ୍କୁ ଶାସନ ଭିତରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ।  

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସାନ୍ଧିଆଙ୍କୁ ତେରେଛା ବାଣ ମାରିଛନ୍ତି କମଲନାଥ । ‘ମୁଁ କାହାକୁ ବ୍ୟକ୍ତଗତ ଭାବେ ଟିପ୍ପଣୀ କରେ ନାହିଁ । ହେଲେ ଯିଏ ଗଦ୍ଦାର , ବିଶ୍ବାସଘାତକ, ପାର୍ଟିକୁ ଧୋକା ଦେଇଛନ୍ତି, ସେମାନଙ୍କ ପାଇଁ କଂଗ୍ରେସ ଦଳରେ କୌଣସି ସ୍ଥାନ ନାହିଁ’ ବୋଲି କହିଛନ୍ତି ।  ଅନ୍ୟପଟେ ମଧ୍ୟପ୍ରଦେଶ଼ ବିଜେପି ମଧ୍ୟ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ । ଭାରତୀୟ ଜନତା ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପରବର୍ତ୍ତନ କଲେ ବି ଏଥିରେ କୌଣସି ଫରକ ପଡ଼ିବ ନାହିଁ । ୨୦୨୩ରେ କଂଗ୍ରେସ ସରକାରକୁ ଆସିଲେ ବୟସ୍କ ପେନସନ୍ ସ୍କିମ୍ ପୁଣି ଥରେ ଲାଗୁ ହେବ ବୋଲି କମଲ ନାଥ କହିଛନ୍ତି ।

   Related Posts