ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଇଡି ସାମ୍ନାରେ ସୋମବାର ହାଜର ହେବେ ରାହୁଲ ଗାନ୍ଧୀ, ଦେଶବ୍ୟାପୀ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ

12/06/2022 at 8:07 PM

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋମବାର ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାମ୍ନାରେ ହାଜର ହେବେ। ଇଡି ରାହୁଲ ଗାନ୍ଧୀଙ୍କୁ ଯେଉଁ ସମୟରେ ଜେରା କରିବ ସେହି ସମୟରେ କଂଗ୍ରେସ ଦେଶବ୍ୟାୀ ବିରୋଧ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛି । କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ରାଜନୈତିକ ସନ୍ଦେଶ ଦେବାକୁ ଯୋଜନା ରଖିଛି ।

ସୋମବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଜେରା କରାିବା ସହ ସୋନିଆ ଗାନ୍ଧୀଙ୍କୁ ପଚରା ଉଚୁରା ପାଇଁ ନୂତନ ସମନ ଜାରି କରିବ । ଇଡି ସୋନିଆଙ୍କୁ ଜୁନ ୨୩ରେ ହାଜର ହେବାକୁ କହିବ । ସୂତ୍ର ଅନୁଯାୟୀ, କଂଗ୍ରେସ ପାର୍ଟିର ସାଂସଦ ଏବଂ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟଙ୍କୁ ସୋମବାର ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦେଇଛି ।

କଂଗ୍ରେସ କହିଛି, ରାହୁଲ ଗାନ୍ଧୀ ସମନର ପାଳନ କରିବେ ଏବଂ ନ୍ୟାସନାଲ ହେରାଲ୍ଡ କେସରେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ଏହି ଘଟଣାକୁ କଂଗ୍ରେସ ଏକ ଶକ୍ତି ପ୍ରଦର୍ଶନ ଭାବେ ଦେଖାଇବାକୁ ଉଦ୍ୟମ କରୁଛି । ଏଥିପାଇଁ ଜାତୀୟସ୍ତରର ସମସ୍ତ ନେତାଙ୍କୁ ଜୁନ ୧୩ରେ ଦିଲ୍ଲୀରେ ରହିବାକୁ ଆଦେଶ ଦିଆଯାଇଛି । ଏହି ଦିନ କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ବଡ ଧରଣର ପ୍ରଦର୍ଶନ କରିପାରେ ।

କଂଗ୍ରେସ ନେତା କହିଛନ୍ତି ବିଜେପି ରାଜନୈତିକ ଅଭିସନ୍ଧିମୂଳକ ଜାତୀୟ ଏଜେନ୍ସିର ଦୁରୁପଯୋଗ କରୁଛି । ଇଡିକୁ ପଛରେ ଲଗାଇ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଡରାଇବାକୁ ଉଦ୍ୟମ କରୁଛି । ରାହୁଲ ଗାନ୍ଧୀଙ୍କୁ ଯେଉଁ ତାରିଖରେ ଉପସ୍ଥିତ ହେବାକୁ କୁହାଯାଇଛି ସେହି ଦିନ ହିଁ ସେ ଇଡି କାର୍ଯ୍ୟାଳୟ ଯିବେ । ଆମେ ଶାନ୍ତି ସହ ନିଜ ନେତାଙ୍କ ସହ ଯିବୁ । ଆମ ପାର୍ଟି ଏବଂ ନେତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

   Related Posts