Happiness Indexରେ ଭାରତର ସ୍ଥାନକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ, କହିଲେ-କିଛି ଦିନରେ ଘୃଣା ତାଲିକାରେ ଶୀର୍ଷରେ ଥିବା

Published By : Prameya-News7 Bureau | March 19, 2022 IST

ନୂଆଦିଲ୍ଲୀ,୧୯/୦୩:  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱାର୍ଲଡ ହ୍ୟାପିନେସ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଶୀଘ୍ର ଭାରତ ଘୃଣା ଏବଂ ଆକ୍ରୋଶରେ ଶୀର୍ଷ ସ୍ଥାନରେ ପହଞ୍ଚିବ। ରାହୁଲ ଗାନ୍ଧୀ ୱାର୍ଲଡ ହ୍ୟାପିନେସ ଇଣ୍ଡେକ୍ସକୁ ଆଧାର କରିଛନ୍ତି, ଯେଉଁଥିରେ ଭାରତ ୧୩୬ ସ୍ଥାନରେ ରହିଛି।

wp:html /wp:html

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦରବୃଦ୍ଧି ପ୍ରସଙ୍ଗରେ ଟ୍ୱିଟ କରିଥିଲେ, ଏହା(ଦରବୃଦ୍ଧି) ଆହୁରି ବଢିବ, କାରଣ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାରରୁ ଅଧିକ ହୋଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟରେ ୨୨ ପ୍ରତିଶତ ବୃଦ୍ଧି ଅନୁମାନ କରାଯାଉଛି। କୋଭିଡ ବୈଶ୍ୱିକ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି। ଏହା ଉପରେ ସରକାର ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଦରବୃଦ୍ଧିରୁ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ରାହୁଲ ଟ୍ୱିଟ କରିଥିଲେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.