oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ତୈଳ ଦରବୃଦ୍ଧିରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ପକେଟମାରଙ୍କ ପ୍ରତି ସାବଧାନ ହୁଅନ୍ତୁ ଦେଶବାସୀ

1/11/2021 at 8:42 PM

ନୂଆଦିଲ୍ଲୀ ୧।୧୧: ପେଟ୍ରୋଲିୟମ ଦରବୃଦ୍ଧି ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଅନେକ ସହରରେ ଲିଟର ପିଛା ପେଟ୍ରୋଲ ଦର ଏବେ ୧୨୦ ଟଙ୍କାରେ ପହଞ୍ଚିଛି। ତୈଳ କମ୍ପାନୀଙ୍କ ଦୈନିକ ମୂଲ୍ୟ ସୁଧାର ଏବେ ଦେଶରେ ତ୍ରାହିମାମ ପରିସ୍ଥିତି ସୃଷ୍ଟି କରିଛି। ଏପରି ମୂଲ୍ୟବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଏକ ଟ୍ୱିଟ୍‌ ପୋଷ୍ଟ କରିଛନ୍ତି। ଏଥିରେ ରାହୁଲ ଦେଶବାସୀଙ୍କୁ ‘ପେକଟମାରଙ୍କ ପ୍ରତି ସାବଧାନ’ ରହିବାକୁ ପରାମର୍ଶ ଦେଇଛନ୍ତି।

ବିଶ୍ୱବଜାରରେ ଅଶୋଧିତ ତୈଳ ଦର ଏବେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏଣୁ ଦେଶରେ ଲଗାତାର ଷଷ୍ଠ ଦିନ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ତୈଳ କମ୍ପାନୀମାନେ ଲିଟରପିଛା ପୁଣି ୩୫ ପଇସା ଲେଖାଏଁ ବଢାଇଛନ୍ତି। ଗତମାସ ଅର୍ଥାତ ଅକ୍ଟୋବର ୩୧ ଦିନରୁ ତୈଳ କମ୍ପାନୀମାନେ ୨୪ ଦିନ ଦର ସଂଶୋଧିତ କରିଥିଲେ। ଫଳରେ ମାସକରେ ପେଟ୍ରୋଲ ୭ ଟଙ୍କା ୭୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୮ଟଙ୍କା ୩୦ ପଇସା ବଢିଥିଲା। ଏଥିରେ ନଭେମ୍ବର ମାସ ଆରମ୍ଭ ଦିନରୁ ହିଁ କମ୍ପାନୀମାନେ ଦର ବୃଦ୍ଧି କରିବା ଲୋକଙ୍କୁ ଆତଙ୍କିତ କରିଛି। 

ସୋମବାର ପେଟ୍ରୋଲିୟମ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଏକକାଳୀନ ୨୬୬ ଟଙ୍କା ବଢାଇ ଦେଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମାଜର ଏବେ ସବୁ ସ୍ତରକୁ ପ୍ରଭାବିତ କରିଛି। ତୈଳ ମୂଲ୍ୟ ବୃଦ୍ଧି ସହ ଦେଶରେ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଦର ମଧ୍ୟ ବଢିଛି। ଆଗକୁ ଦେଶରେ ଦୀପାବଳି, ଏଥିରେ ତୈଳ କମ୍ପାନୀଙ୍କ ମୂଲ୍ୟ ବୃଦ୍ଧି ଲୋକଙ୍କ ଉତ୍ସାହ ପାଣି କରିଦେଇଛି।

   Related Posts